ବାଣିଜ୍ୟିକ ଏଲ୍‌ପିଜି ଦାମ କମିଲା

ନୂଆଦିଲ୍ଲୀ : ସରକାରୀ ତେଲ କମ୍ପାନିଗୁଡ଼ିକ ଶନିବାର ଦିନ ବିମାନ ଇନ୍ଧନ (ଏଟିଏଫ୍‌) ସହିତ ହୋଟେଲ ଏବଂ ରେସ୍ତୋରାଁ ଆଦିରେ ବ୍ୟବହୃତ ‌୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲପିଜି ମୂଲ୍ୟରେ ହ୍ରାସ ଘୋଷଣା କରିଛନ୍ତି। ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୮୮୫ ଟଙ୍କାରୁ ୧୯୫୯ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି। ଜୁନ ମାସରୁ ଏହାକୁ ମିଶାଇ ୬ ଥର ବାଣିଜ୍ୟିକ ଏଲପିଜି ମୂଲ୍ୟ ହ୍ରାସ କରାଯାଇଛି। ମୋଟ ଉପରେ ୬ ଥରରେ ଉକ୍ତ ଏଲପିଜି ମୂଲ୍ୟ ୪୯୪ ଟଙ୍କା ୫୦ ପଇସା କମିଛି।

କିନ୍ତୁ ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲପିଜି ମୂଲ୍ୟ ଅପରିବର୍ତ୍ତିତ ରହିଛି। ବିମାନ ଇନ୍ଧନ ମୂଲ୍ୟରେ ୪.୫ ପ୍ରତିଶତ ହ୍ରାସ ଘୋଷଣା କରାଯାଇଛି। ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ୫୫୨୧ ଟଙ୍କା ୨୭ ପଇସା ହ୍ରାସ ଘଟି ୧,୧୫,୫୨୦ ଟଙ୍କା ୨୭ ପଇସା ରହିଛି। ବାଣିଜ୍ୟିକ ଏଲପିଜି ଦାମ ମାସକୁ ଥରେ ସଂଶୋଧନ ହେଉଥିବାବେଳେ ବିମାନ ଇନ୍ଧନ ମୂଲ୍ୟ ମାସକୁ ଦୁଇଥର ସଂଶୋଧନ ହେବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ପାଖାପାଖି ୬ ମାସ ହେଲେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖାଯାଇଛି।

ସମ୍ବନ୍ଧିତ ଖବର