ନୂଆଦିଲ୍ଲୀ: ଆପଣଙ୍କ ଫୋନ୍‌ ନମ୍ବର କ’ଣ? ଆପଣଙ୍କ କେତେ ଜଣ ସାଙ୍ଗ ଅଛନ୍ତି? ଆପଣଙ୍କୁ କ’ଣ ଖାଇବା ଓ କେଉଁଠାକୁ ଯିବା ପସନ୍ଦ? ଏମିତି କି ଆପଣଙ୍କ ବ୍ୟକ୍ତିଗତ ଇ-ମେଲ ଆଇଡି ଓ ଫୋନ୍‌ ନମ୍ବର ବି ଫେସ୍‌ବୁକ୍‌ ଜରିଆରେ ଲିକ୍‌ ହୋଇ ଯାଇଛି ! ଫେସ୍‌ବୁକ୍‌ ନିଜର ବ୍ୟବହାରକାରୀଙ୍କ ଏହି ସମସ୍ତ ଡାଟା ୧୫୦ରୁ ଅଧିକ କମ୍ପାନିକୁ ଦେଇଥିବା ରିପୋର୍ଟ ମିଳିଛି। କେବଳ ଏତିକି ନୁହେଁ ଏହା ପୂର୍ବରୁ କେମ୍ବ୍ରିଜ ଏନାଲିଟିକା ବ୍ୟକ୍ତିଗତ ଡାଟା ଲିକ୍‌ କରିବା ନେଇ ଫେସ୍‌ବୁକ୍‌ ବିରୋଧରେ ଆମେରିକୀୟ ଅଧିକାରୀ ଅଭିଯୋଗ କରିଥିଳେ। ଏବଂ ପୁଣିଥିରେ ୩୨ ସଙ୍ଗଠନ ଫେସ୍‌ବକ୍‌ ସିଇଓ ମାର୍କ ଜୁକରବର୍ଗ ଓ ସିଓଓ ସେରିଲ ସ୍ୟାଣ୍ଡବର୍ଗଙ୍କୁ ଫେସ୍‌ବୁକ୍‌ ବୋର୍ଡରୁ ହଟାଇବା ପାଇଁ ଦାବି କରିଛନ୍ତି।

Advertisment

publive-image

ଆମେରିକାରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟା ବିନା ଅନୁମତିରେ କମ୍ପାନିକୁ ଦିଆଯାଇଛି। ଯେଉଁଭଳି ଭାବେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌, ଅନ୍‌ଲାଇନ୍‌ ଷ୍ଟ୍ରିମିଂ ଚାହିଦା ବୃଦ୍ଧି ପାଇବାରେ ଲାଗି ଏହି କ୍ରମରେ ଆପଣଙ୍କ ନାମ, ଫୋନ୍‌ ନମ୍ବର, ଇ-ମେଲା ଆଇଡି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଥରେ ଏହି ତଥ୍ୟ ଲିକ୍‌ ହୋଇଗଲେ ଆପଣଙ୍କ କଣ୍ଟ୍ରୋଲ ଆପଣଙ୍କ ଟ୍ରାନ୍‌ଜାକ୍‌ସନ୍‌ରୁ ହଟିଯିବ। ହୋଇପାରେ ଏଯାବତ୍‌ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ି ନାହିଁ, କିନ୍ତୁ ଭବିଷ୍ୟତରେ ଆପଣଙ୍କ ପାଇଁ ଏହା ବିପଦପୂର୍ଣ୍ଣ ରହିପାରେ।

publive-image

ତେବେ ରିପୋର୍ଟରୁ ଜଣାପଡ଼ିଛି, କମ୍ପାନି ଫେସ୍‌ବୁକ ଡାଟାରୁ ଜାଣିପାରୁଛି କି ଆପଣଙ୍କୁ କେଉଁ ଭଳି ସାମଗ୍ରୀ ପସନ୍ଦ ରହିଛି। ଏହାପରେ ଆପଣଙ୍କୁ ସେହି ଭଳି ଭାବେ ବିଜ୍ଞାପନ ଦେଖିବାକୁ ମିଳୁଛି। ଏଥିପାଇଁ ଜୁରୁରୀ ଅଟେ ଆପଣ ଆପଣଙ୍କ ଫେସ୍‌ବୁକ୍‌ ସେଟିଂ ଉପରେ ଧ୍ୟାଦ ଦିଅନ୍ତୁ ଓ ନିଜର ଡାଟା ସେୟାର ହେବାରୁ ବଞ୍ଚାନ୍ତୁ।