ନୂଆଦିଲ୍ଲୀ : ପ୍ରିପେଡ୍ ହେଉ କିମ୍ବା ପୋଷ୍ଟପେଡ୍ କୌଣସି ପ୍ରକାର ଗ୍ରାହକଙ୍କୁ ରିଚାର୍ଜ ପ୍ଲାନ୍‌ ବାହାନରେ ନମ୍ବର ପୋର୍ଟିଂ କରିବାରୁ କୌଣସି ସଂସ୍ଥା ଅଟକାଇ ପାରିବେ ନାହିଁ। ଗ୍ରାହକ ଯେକୌଣସି ପ୍ଲାନ୍ କିଣିଥିଲେ ମଧ୍ୟ ସେ ପୋର୍ଟିଂ କରିପାରିବେ। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହା ସ୍ପଷ୍ଟ କରିଛନ୍ତି। କିଛି ନିର୍ଦିଷ୍ଟ ପ୍ଲାନ୍ କିଣିଥିବା ଗ୍ରାହକଙ୍କୁ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ପୋର୍ଟିଂ ସୁବିଧା ଦେଉନଥିବା ନେଇ ରିଲାଏନ୍ସ ଜିଓ ପକ୍ଷରୁ ଅଭିଯୋଗ କରାଯାଇଥିଲା।