୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ନିବେଶ ପାଇଁ ଆଗ୍ରହ ଦେଖାଇଲେ କମ୍ପାନି

ଶ୍ରୀନଗର: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଶିଳ୍ପ ସମୃଦ୍ଧିର ନୂଆ ଆଶା ଦେଖାଦେଇଛି | କାରଣ କିଛି କମ୍ପାନି ଏବେ ଜମ୍ମୁକାଶ୍ମୀରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି | ତେବେ ଶିଳ୍ପ ହେଲେ ଏଠାକାର ଯୁବପିଢ଼ି ନିଯୁକ୍ତିର ସୁଯୋଗ ପାଇବେ | ଯାହାକି ପରୋକ୍ଷ ଭାବେ ଜମ୍ମୁକାଶ୍ମୀରର ଉନ୍ନତିରେ ସାହାଯ୍ୟ କରିବ | ବର୍ତ୍ତମାନ କୋଟକ ମହିନ୍ଦ୍ରା ବ୍ୟାଙ୍କ ପ୍ରଥମ କମ୍ପାନି ଭାବେ ଆଗ୍ରହ ପ୍ରକାଶ କରିଛି | ଏହାର ଅଧ୍ୟକ୍ଷ ଉଦୟ କୋଟକ କହିଛନ୍ତି ଯେ ଜମ୍ମୁକାଶ୍ମୀରକୁ ଆର୍ଥିକ ଭାବେ ସମୃଦ୍ଧି କରାଇବାର ସମୟ ଆସିଛି |

ଏହି ରାଜ୍ୟରେ ବିକାଶର ପ୍ରଚୁର ସମ୍ଭାବନା ଥିବା ସହ ପ୍ରତିଭା ଭରପୂର ହୋଇ ରହିଛନ୍ତି | ସେହିପରି ଦୁଗ୍ଧ କ୍ଷେତ୍ରରେ ଭାରତର ସବୁଠାରୁ ବଡ କମ୍ପାନୀ ଅମୁଲ ଇଣ୍ଡିଆ ମଧ୍ୟ କାଶ୍ମୀରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛି | ଅନ୍ୟପଟେ ହେଲମେଟ ନିର୍ମାଣ କମ୍ପନୀ ଷ୍ଟିଲ ବାର୍ଡ଼ ମଧ୍ୟ ଜମ୍ମୁକାଶ୍ମୀରରେ ଏକ ଶିଳ୍ପ ସ୍ଥାପନ କରିବାର ଯୋଜନା ଥିବାର କହିଛି | ହୋଟେଲ ଭିତ୍ତିକ କମ୍ପାନୀ ଲେମନ ଟ୍ରି ମଧ୍ୟ ଗୁଲମର୍ଗ ଓ ସୋନମର୍ଗରେ ହୋଟେଲ ଖୋଲିବାକୁ ଯୋଜନା ପ୍ରସ୍ତୁତ କରିଛି |

ପୂର୍ବରୁ ଜମ୍ମୁକାଶ୍ମୀରରେ କୋକାକୋଲା, ରେଡିସନ, ଡାବର ଓ ବର୍ଜର ପେଣ୍ଟସ ସେମାନଙ୍କ ଶିଳ୍ପ ସ୍ଥାପନ କରିସାରିଛନ୍ତି | ଏଠାରେ ସୂଚନା ଥାଉ କି ଜମ୍ମୁକାଶ୍ମୀରରେ ଯୁବପିଢିଙ୍କ ପାଖରେ ନିଯୁକ୍ତି ସୁଯୋଗ ନ ଥିବାରୁ ବିଛିନ୍ନତାବାଦୀ ନେତାମାନେ ଅର୍ଥ ଲୋଭ ଦେଖାଇ ଭାରତ ବିରୋଧରେ.ସେମାନଙ୍କୁ ବ୍ୟବହାର କରୁଛନ୍ତି | ଧାରା ୩୭୦ ହଟିଯିବା ପରେ ଅନେକ ପ୍ରତିବନ୍ଧକ ସମାପ୍ତ ହୋଇଯାଇଛି |

ସମ୍ବନ୍ଧିତ ଖବର