ଆପଣ ଜାଣିଛନ୍ତି କି ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ବ୍ୟବହାର ନ କରିଲେ ଆପଣଙ୍କୁ ଏହି ଫାଇଦା ମିଳିବ ।  ଅନ୍ତର୍ଜାତୀୟ ପାନୀୟ କମ୍ପାନି  କୋକାକୋକା ନିଜର ନୂଅା ପାନୀୟ ଭିଟାମିନଓ୍ଵାଟରର ପ୍ରମୋସନ ଲାଗି ଏକ ପ୍ରତିଯୋଗିତା କରୁଛି। ଏହି ପ୍ରତିଯୋଗିତାରେ କମ୍ପାନି ୧,୦୦,୦୦ ଡଲାର (ପାଖାପାଖି ୭୨ ଲକ୍ଷ ଟଙ୍କା) ପୁରସ୍କାର ରଖିଛି। ଏହି ପ୍ରତିଯୋଗିତାର ସର୍ତ୍ତ ଅଛି କି ବର୍ଷକ ପାଇଁ ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଉପରେ ଅଙ୍କୁଶ ଲଗାଯିବ। କମ୍ପାନି ଫୋନ୍‌ କଲ କରିବା ପାଇଁ ୧୯୯୬ର ଏକ ଫିଚର ଫୋନ୍‌ ଦେବ।

Advertisment

publive-image

ସିଏନ୍‌ବିସିର ରିପୋର୍ଟ ଅନୁସାରେ, ଭିଟାମିନଓ୍ଵାଟରର ବ୍ରାଣ୍ଡ ମ୍ୟାନେଜର ନତାଲିୟା ସୁସରେଜ କହିଛନ୍ତି କି, ଯଦି ଆପଣ ଭାବୁଛନ୍ତି କି ଏହି ପ୍ରତିଯୋଗିତାରେ ଭାଗ ନେଲେ ଆପଣଙ୍କୁ ଆପଣଙ୍କ କାମ ଛାଡ଼ିବାକୁ ହେବ ତେବେ ଭୁଲ ଭାବୁଛନ୍ତି। ଆପଣ ଗୁଗୁଲ ହୋମ କିମ୍ବା ଆମାଜନ୍‌ ଏଲେକ୍ସା ଦ୍ୱାରା ସଞ୍ଚାଳିତ ଲ୍ୟାପଟପ୍‌ କିମ୍ବା ଡେକ୍ସଟପ୍‌ କମ୍ପ୍ୟୁଟର ଓ ସ୍ମାର୍ଟ ଡିଭାଇସ୍‌ର ଉପଯୋଗ କରି ପାରିବେ। ଯଦି ଆପଣ ପୁରସ୍କାର ରାଶି ଜିତୁଛନ୍ତି ତେବେ ଆପଣ କୌଣସି ସ୍ମାର୍ଟଫୋନ୍‌ କିମ୍ବା ଟବଲେଟର ଉପଯୋଗ କରି ପାରିବେ ନାହିଁ। ଫୋନ୍‌ରେ କଥା ହେବା ପାଇଁ ଆପଣଙ୍କୁ କମ୍ପାନି ଦ୍ୱାରା ପ୍ରଦାନ କରାଯାଇଥିବା ୧୯୯୬ର ଫିଚର ଫୋନ୍‌ ଉପଯୋଗ କରିବାକୁ ହେବ।

publive-image

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୨୦୧୯ ଜାନୁଆରି ୮ ପର୍ଯ୍ୟନ୍ତ ନିଜର ନାମ ରେଜିଷ୍ଟ୍ରେସନ୍‌ କରି ନିଅନ୍ତୁ। ପ୍ରତିଯୋଗିତାରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ହାସ୍‌ଟ୍ୟାଗ୍‌ #nophoneforayear #contestର ଉପଯୋଗ କରିବାକୁ ପଡ଼ିବ ଓ ଲେଖିବାକୁ ହେବ କି, ଆପଣ କ’ଣ କରିବେ। ଯଦି ଆପଣ ଗୋଟିଏ ବର୍ଷ ପାଇଁ ନିଜର ଫୋନ୍‌ର ବ୍ୟବହାର କରିବେ ନାହିଁ। ଯଦି ଆପଣଙ୍କୁ ଲାଗୁଛି କି ବର୍ଷେ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଅସମ୍ଭବ । ତେବେ ଆପଣ ଭାରତରେ ଆପଣ ୭.୨ଲକ୍ଷ ଟଙ୍କାର ପୁରସ୍କାର ପାଇଁ ଛଅମାସର ସମୟ ବାଛି ପାରିବେ। ଆପଣ ଠକିବାକୁ ଚେଷ୍ଟା କରିବେ ନାହିଁ, କାରଣ ଆପଣଙ୍କୁ ଏହି ପୁରସ୍କାର ରାଶି ଜିତିବା ପାଇଁ ଲାଇ-ଡିଟେକ୍ଟର ପରୀକ୍ଷା ଦେବାକୁ ପଡ଼ିବ।