ବିଲ୍ ଗେଟ୍‌ସ ଆପଣଙ୍କୁ ଦେବେ ୩୫ ଲକ୍ଷ ଟଙ୍କା, କେବଳ ଫୋନରେ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟ୍‌ସଙ୍କୁ ତ ଆପଣ ଜାଣିଥିବେ | ବିଲ ଗେଟ୍‌ସ ଏବେ ୩୫ ଲକ୍ଷ ଟଙ୍କା ବାଣ୍ଟିବାକୁ ଯାଉଛନ୍ତି | କିନ୍ତୁ ଏହି ଅର୍ଥ ରାଶି ମାଗଣାରେ ମିଳିବ ନାହିଁ ବରଂ ଏଥିପାଇଁ ଆପଣଙ୍କୁ ବିଲ ଗେଟସଙ୍କର ଏକ କାମ କରିବାକୁ ପଡ଼ିବ | ଏମିତି ତ ଭାରତ ସ୍ମାର୍ଟଫୋନ ପାଇଁ ଦୁନିଆର ସବୁଠାରୁ ବଡ଼ ବଜାର ଭାବେ ଉଭା ହୋଇଛି | କିନ୍ତୁ ଭାରତରେ ଏବେ ବି ଅଧିକାଂଶ ଲୋକ ଫିଚର ଫୋନ ବ୍ୟବହାର କରୁଛନ୍ତି | ଏକ ରିପୋର୍ଟ ମୁତାବକ ଭାରତରେ ପାଖାପାଖି ୫୦ କୋଟି ଲୋକ ଫିଚର ଫୋନ ବ୍ୟବହାର କରୁଛନ୍ତି | ସ୍ମାର୍ଟଫୋନ ବ୍ୟବହାରକାରୀ ନିଜ ଫୋନ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କରିପାରୁଥିବା ବେଳେ ଫିଚର ଫୋନ ବ୍ୟବହାରକାରୀ କିନ୍ତୁ ଏଭଳି କରିପାରୁନାହାଁନ୍ତି |

ସେଥିପାଇଁ ଆପଣଙ୍କୁ ଫିଚର ଫୋନ ପାଇଁ ଏକ ପେମେଣ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ପଡ଼ିବ | ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ମୁତାବକ ଫିଚର ଫୋନ ମାଧ୍ୟମରେ *୯୯# କଲ କରି ମାତ୍ର ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଅର୍ଥ ନେଣଦେଣ କରି ହେଉଛି | କାରଣ ଫିଚର ଫୋନରେ ଡିଜିଟାଲ ପେମେଣ୍ଟ କରିବା ସହଜ ହୋଇପାରୁନି | ଏଥିପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ, ବିଲ ଗେଟ୍‌ସ ଓ ମିଲିନ୍ଦ ଗେଟ୍‌ସ ଫାଉଣ୍ଡେସନ ସହ ମିଶି ଏକ ପ୍ରତିଯୋଗିତାର ଆୟୋଜନ କରିଛି |

ଏହି ପ୍ରତିଯୋଗିତାରେ ଫିଚର ଫୋନ ପାଇଁ ଡିଜିଟାଲ ପେମେଣ୍ଟ ସିଷ୍ଟମ ପ୍ରସ୍ତୁତ କରିବାକୁ ସର୍ତ୍ତ ରହିଛି | ସିଷ୍ଟମ କରିଦେଲେ ବିଜେତାଙ୍କୁ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ | ଏହି ପ୍ରତିଯୋଗିତା ପାଇଁ ଆବେଦନର ଶେଷ ତାରିଖ ୧୨ ଜାନୁୟାରି, ୨୦୨୦ ରହିଛି | ବିଜେତାଙ୍କର ଘୋଷଣା ୧୪ ମାର୍ଚ୍ଚ, ୨୦୨୦ରେ କରାଯିବ | ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ୩୫ ଲକ୍ଷ ୮୪ ହଜାର ଟଙ୍କା ପୁରସ୍କାର ଭାବେ ଦିଆଯିବାକୁ ଥିବାବେଳେ ଦ୍ଵିତୀୟ ବିଜେତାଙ୍କୁ ୨୧ ଲକ୍ଷ ୫୦ ହଜାର ଟଙ୍କା ଓ ତୃତୀୟ ପ୍ରତିଯୋଗୀଙ୍କୁ ୧୪ ଲକ୍ଷ ୩୩ ହଜାର ଟଙ୍କା ପୁରସ୍କାର ରାଶି ମିଳିବ |

ସମ୍ବନ୍ଧିତ ଖବର