କ୍ରେଡିଟ୍‌ ସ୍କୋର ସଂସ୍ଥା ବିରୋଧରେ ରିଜର୍ଭ ବ୍ୟାଙ୍କକୁ ଅଭିଯୋଗ କରିହେବ

ମୁମ୍ବାଇ : କ୍ରେଡିଟ୍ ସ୍କୋର ବ୍ୟୁରୋ ବିରୋଧରେ ଲୋକମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ସିବିଲ୍, ଏକ୍ସେପେରିଆନ୍, ଇକ୍ବିଫାକ୍ସ ଭଳି ସଂସ୍ଥା ବିରୋଧରେ ସିଧାସଳଖ ରିଜର୍ଭ ବ୍ୟାଙ୍କକୁ ଅଭିଯୋଗ କରିହେବ। କ୍ରେଡିଟ୍ ବ୍ୟୁରୋ ଭାବେ ପରିଚିତ ଏହି ସଂସ୍ଥାଗୁଡ଼ିକ ବ୍ୟାଙ୍କ, କ୍ରେଡିଟ୍ କାର୍ଡ କଂପାନି ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାଠାରୁ ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି କ୍ରେଡିଟ୍‌ ସ୍କୋର ଜାରି କରୁଛନ୍ତି। ସେହି ସ୍କୋରରୁ ଗ୍ରାହକ ଜଣକ ଭଲ ନା ଖରାପ ତାହା ଜଣାପଡ଼ୁଛି। ତେବେ କେତେକ ମାମଲାରେ କ୍ରେଡିଟ୍ ବ୍ୟୁରୋ ପାଖରେ ଭୁଲ୍ ତଥ୍ୟ ପହଞ୍ଚୁଥିବା କାରଣରୁ କିଛି ଗ୍ରାହକଙ୍କୁ ସଠିକ୍ କ୍ରେଡିଟ୍ ସ୍କୋର ମିଳୁନାହିଁ। ଗ୍ରାହକ ଯଦି ସେ ବିଷୟରେ ଅଭିଯୋଗ କରିବେ‌ ତେବେ ୩୦ ଦିନ ଭିତରେ କ୍ରେଡିଟ୍ ବ୍ୟୁରୋ ତାହାର ସମାଧାନ କରିବ। ଯଦି ସେଥିରେ ବିଫଳ ହେଲା ତେବେ କ୍ରେଡିଟ୍ ବ୍ୟୁରୋ ବିରୋଧରେ ଗ୍ରାହକ ଜଣକ ରିଜର୍ଭ ବ୍ୟାଙ୍କକୁ ଅଭିଯୋଗ କରିପାରିବେ।

ସମ୍ବନ୍ଧିତ ଖବର