ମୁମ୍ବାଇ: ଦେଶରେ ଲୋକପ୍ରିୟ ବ୍ରାଣ୍ଡ୍ କମ୍ପ୍ଲାନ୍, ନାଇସିଲ୍ ଓ ଗ୍ଲୁକନ୍ ଡିର ମାଲିକ ବଦଳିଯିବ। ଏହି ସବୁ ବ୍ରାଣ୍ଡ୍ର ସାମଗ୍ରୀ ଏବେ କ୍ରାଫ୍ଟ୍ ହିଞ୍ଜ୍ ନାମକ ସଂସ୍ଥା ଉତ୍ପାଦନ କରୁଛି। କାଫ୍ଟ ହିଞ୍ଜ୍ର ଭାରତୀୟ କାରବାରକୁ ଦୁଇଟି ସଂସ୍ଥା କିଣିବେ ବୋଲି ଘୋଷଣା କରିଛନ୍ତି। ସେମାନେ ହେଉଛନ୍ତି ଜାଇଡସ୍ େୱଲ୍ନେସ୍ ଓ କାଡିଲା ହେଲ୍ଥକେୟାର। ଏହି ଦୁଇ ସଂସ୍ଥା ୪୫୯୫ କୋଟି ଟଙ୍କାରେ କ୍ରାଫ୍ଟ୍ ହିଞ୍ଜ୍ର ଭାରତୀୟ ବ୍ୟବସାୟକୁ କିଣିନେବେ। ଏହା ପରେ କମ୍ପ୍ଲାନ୍, ନାଇସିଲ୍ ଓ ଗ୍ଲୁକନ୍ ଡି ଭଳି ଲୋକପ୍ରିୟ ବ୍ରାଣ୍ଡ୍ର ନୂଆ ମାଲିକ ହେବେ ଜାଇଡସ୍ ଓ କାଡିଲା। ହିଞ୍ଜ୍ ଇଣ୍ଡିଆର ଭାରତରେ ଦୁଇଟି କାରଖାନା ଆଲିଗଡ଼ ଓ ସୀତାଗଞ୍ଜରେ ରହିଛି। ଏହି ସଂସ୍ଥା କେବଳ କମ୍ପ୍ଲାନ୍, ଗ୍ଲୁକନ୍ ଡି, ନାଇସିଲ୍ ଓ ସମ୍ପ୍ରିତି ଘିଅ ବିକ୍ରିରୁ ବର୍ଷକୁ ୧୧୫୦ କୋଟି ଟଙ୍କା ଆୟ କରୁଛି। ୧୯୯୩ ମସିହାରେ ଗ୍ଲୁକନ୍ ଡିକୁ ଶକ୍ତି ପ୍ରଦାନକାରୀ ପାନୀୟ ଭାବେ ବଜାର ପ୍ରବେଶ କରାଯାଇଥିଲା। ଏହା ଦେଶରେ ବହୁତ ଲୋକପ୍ରିୟ। ୧୯୬୯ରେ ସ୍ବାସ୍ଥ୍ୟ ପାନୀୟ ଭାବେ କମ୍ପ୍ଲାନ୍କୁ ଉନ୍ମୋଚନ କରାଯାଇଥିଲା। ଘିମିରି ପାଉଡର୍ ଭାବେ ୧୯୫୧ରେ ନାଇସିଲ୍କୁ ଭାରତୀୟ ବଜାରରେ ପ୍ରବେଶ କରାଯାଇଥିଲା। କ୍ରାଫ୍ଟ ହିଞ୍ଜ୍ର କାରବାରକୁ ହାସଲ କରିବା ପାଇଁ କାଡିଲା ଓ ଜାଇଡସ୍କୁ ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ଅନେକ ମଞ୍ଜୁରି ହାସଲ କରିବାକୁ ହେବ। ସବୁ କିଛି ଠିକ୍ ରହିଲେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପ୍ଲାନ୍, ଗ୍ଲୁକନ୍ ଡି ଭଳି ବ୍ରାଣ୍ଡ୍ର ମାଲିକ ବଦଳିଯିବ।
ନୂଆ ମାଲିକ ହାତକୁ ଯିବ କମ୍ପ୍ଲାନ୍, ନାଇସିଲ୍
/sambad/media/post_attachments/wp-content/uploads/2018/10/complan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)