ନୂଆଦିଲ୍ଲୀ : ହରଡ ଡାଲିର ଷ୍ଟକ୍ ପରିମାଣ ଜଣାଇବା ସବୁ ବଡ଼ ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୩ (୨) (ଏଚ୍) ଓ ୩(୨)(ଆଇ) ଅନୁସାରେଏକ ନିର୍ଦେଶାବଳୀ ଜାରି କରିଛି। ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟକୁ ନିୟନ୍ତ୍ରଣ ରଖିବା ଲାଗି ସରକାର ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ଆଇନ ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଡାଲି ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ପରିମାଣ ଏବଂ ମୂଲ୍ୟ ତଦାରଖ କରିବାକୁ ଅଧିକୃତ। ସମ୍ପୃକ୍ତ ବଡ ବଡ ବ୍ୟବସାୟୀ ସେମାନଙ୍କର ହରଡ ଡାଲିର ଷ୍ଟକ୍ ପରିମାଣ ପ୍ରତି ସପ୍ତାହରେ ଥରେ ଲେଖାଏଁ ଖାଉଟି ବ୍ୟାପାର ବିଭାଗର ଅନ୍ଲାଇନ୍ ପୋର୍ଟାଲରେ ଅପ୍ଲୋଡ୍ କରିବେ। ସେଥିରେ ଯେଭଳି କୌଣସି ବ୍ୟତିକ୍ରମ ନହୁଏ ତାହା ନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି।
କିଛି ବଡ ବ୍ୟବସାୟୀ ଓ ମହଜୁଦକାରୀ (ଷ୍ଟକ ହୋଲଡର) କୃତିମ ଅଭାବ ସୃଷ୍ଟି ଉଦ୍ଦେଶ୍ୟରେ ବଜାରକୁ ଡାଲି ଛାଡୁ ନଥିବା ଖବର ମିଳିବା ପରେ ସରକାର ଏହି ନିର୍ଦେଶନାମା ଜାରି କରିଛନ୍ତି। ବିଶେଷ କରି ହରଡ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ୨୦୨୨ ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ହରଡ ଡାଲିର ଖୁଚୁରା ମୂଲ୍ୟ ବଢିବା ଆରମ୍ଭ କରିଥିଲା। ଗତବର୍ଷ ତୁଳନାରେ ଏଥର ଖରିଫ ଋତୁରେ ଅତ୍ୟଧିକ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ପ୍ରଭାବିତ ହୋଇଥିଲା । ଅଧିକ ହରଡ଼ ଉତ୍ପାଦିତ ହେଉଥିବା ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଉତ୍ପାଦନ ହ୍ରାସ ପାଇବା କାରଣରୁ ବଜାରରେ ଏହାର ଦାମ୍ ବୃଦ୍ଧି ପାଇଥିଲା। ସରକାରଙ୍କ ପାଖରେ ଏବେ ୩୮ଲକ୍ଷ ଟନ୍ ଡାଲି ମହଜୁଦ ଅଛି। କଙ୍କ ଚାହିଦା ପୂରଣ କରିବା ପାଇଁ ମହଜୁଦ ଥିବା ଡାଲିକୁ ସରକାର ପର୍ଯ୍ୟାୟ କ୍ରମେ ଖୋଲା ବଜାରକୁ ଛାଡୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/khesari-dal.jpg)