ଟିଭିରେ କଣ୍ଡୋମ୍‌ ବିଜ୍ଞାପନ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଟେଲିଭିଜନ୍‌ରେ କଣ୍ଡୋମ୍‌ ବିଜ୍ଞାପନ ଉପରେ ସରକାର କଟକଣା ଲଗାଇଛନ୍ତି। ପିଲାଙ୍କ ମନ ଉପରେ ଏହି ବିଜ୍ଞାପନଗୁଡ଼ିକର କୁପ୍ରଭାବ ପଡ଼ୁଥିବାରୁ ସରକାର ଏହି କଟକଣାକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଟିଭି ଚ୍ୟାନେଲଗୁଡ଼ିକ ଏହି ବିଜ୍ଞାପନ ପ୍ରସାରଣ କରିପାରିବେ ନାହିଁ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଆଡଭାଇଜରି ଜାରି କରାଯାଇଛି। କେବୁଲ ଟେଲିଭିଜନ୍ସ ନେଟଓ୍ଵାର୍କ ନିୟମ ୧୯୯୪ ଅନୁଯାୟୀ ଏହି ଆଡଭାଇଜରି ଜାରି ହୋଇଛି। ତେବେ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ କେବଳ ଏହି ବିଜ୍ଞାପନ ପ୍ରସାରଣ କରାଯାଇପାରିବ। ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡସ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏଏସସିଆଇ) ପକ୍ଷରୁ ଏ ପ୍ରକାର ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ଏହାପରେ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର