‘କନ୍‌ଫିଡେନ୍ସ ଗ୍ରୁପ୍’ର ଏଲ୍‌ଏନ୍‌ଜି, ସିଏନ୍‌ଜି ବ୍ୟବସାୟ ଆରମ୍ଭ

ନାଗପୁର: ପୁନେର ସଂସ୍ଥା କନ୍‌ଫିଡେନ୍ସ ପେଟ୍ରୋଲିୟମ୍ ଇଣ୍ଡିଆ ଲିମିଟେଡ୍‌ ଏଲ୍‌ଏନ୍‌ଜି ଓ ସିଏନ୍‌ଜି କ୍ଷେତ୍ରରେ ପ୍ରବେଶ କରିଛି। ମୋବାଇଲ୍‌ ରିଫୁଏଲିଂ ୟୁନିଟ୍‌ (ଏମ୍‌ଆର୍‌ୟୁ) ଜରିଆରେ ସିଏନ୍‌ଜି ଯୋଗାଣ କରିବା ଲାଗି ଏହି ସଂସ୍ଥା ବରାଦ ହାସଲ କରିଛି। ଏହି ଘୋଷଣା କରିବା ଲାଗି ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ ସଚିବ ତରୁଣ କପୁର, କନଫିଡେନ୍ସ ଗ୍ରୁପ୍‌ର ସିଏମ୍‌ଡି ନିତୀନ ଖାରା ଓ ଅନ୍ୟମ‌ାନେ ଉପସ୍ଥିତ ଥିଲେ। ଦେଶର ପ୍ରଥମ ଏମ୍‌ଆର୍‌ୟୁକୁ ସଫଳ ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଶ୍ରୀ ଖାରା କହିଛନ୍ତି। ଦେଶର ବିଭିନ୍ନ ସହରକୁ କଂପାନି ଏମ୍‌ଆର୍‌ୟୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। କନଫିଡେନ୍ସ ଗ୍ରୁପ୍ ଦୀର୍ଘଦିନ ଧରି ଏଲ୍‌ପିଜି ସିଲିଣ୍ଡର ନିର୍ମାଣ କ୍ଷେତ୍ରରେ ସକ୍ରିୟ ଥିବା ବେଳେ ସିଏନ୍‌ଜି ସିଲିଣ୍ଡର, ଏଲ୍‌ପିଜି ବଟଲିଂ, ଏଲ୍‌ପିଜି ଲଜିଷ୍ଟିକ୍ସ, ଅଟୋ ଏଲ୍‌ପିଜି ଏବଂ ପ୍ୟାକଡ୍‌ ଏଲ୍‌ପିଜି ବଜାରରେ ମଧ୍ୟ ଏହାର ଉପସ୍ଥିତି ରହିଛି।

ସମ୍ବନ୍ଧିତ ଖବର