କଂଗ୍ରେସ ଦୁଇ ପ୍ରକାର କଥା କହୁଛି: ଜେଟ୍‌ଲି

ଜିଡିପି ତଥ୍ୟ ବିବାଦ ଉପରେ ସରକାରଙ୍କ ତରଫରୁ ସଫେଇ ଦେଇ ଜେଟ୍‌ଲି କହିଛନ୍ତି ଯେ, କଂଗ୍ରେସ ଦୁଇ ପ୍ରକାର କଥା କହୁଛି। ବ୍ୟାକ୍ ସିରିଜ୍‌ (ପୁରୁଣା ବର୍ଷର ସଂଶୋଧିତ) ଜିଡିପି ତଥ୍ୟ ଯେତେବେଳେ ପ୍ରଥମେ ପ୍ରକାଶ ପାଇଥିଲା, ସେଥିରେ ଉପା ସରକାରଙ୍କ ଅମଳର ଦୁଇଟି ବର୍ଷ ସାମିଲ କରାଯାଇଥିଲା। ସେହି ଦୁଇ ବର୍ଷ ପାଇଁ ଅଭିବୃଦ୍ଧି ହାର ପୂର୍ବରୁ ଯାହା ଘୋଷଣା କରାଯାଇଥିଲା ବ୍ୟାକ୍ ସିରିଜ୍ ତଥ୍ୟରେ ତାହା ଆହୁରି ଅଧିକ ହୋଇଥିଲା। ସେତେବେଳେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ଅମଳରେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଛି। ଯେଉଁ ପଦ୍ଧତିକୁ କଂଗ୍ରେସ ପ୍ରଶଂସା କରିଥିଲା, ଏବେ ସେହି ପଦ୍ଧତିରେ ଆଉ କିଛି ବର୍ଷର ତଥ୍ୟ ଜାରି କରାଯାଇଛି, କିନ୍ତୁ ତାହାକୁ କଂଗ୍ରେସ ବିରୋଧ କରୁଛି ବୋଲି ଜେଟ୍‌ଲି କହିଛନ୍ତି। ସେ କହିଛନ୍ତି ଯେ, ବିଶ୍ବର ସ୍ତରୀୟ ମାନଦଣ୍ଡ ଅନୁସାରେ ଜିଡିପିର ସଂଶୋଧିତ ତଥ୍ୟ ପ୍ରସ୍ତୁତ ହୋଇଛି ଓ ଏହା ବିଶ୍ବାସନୀୟ।

ସମ୍ବନ୍ଧିତ ଖବର