ବ୍ୟାଙ୍କରେ ସତର୍କତା ସଚେତନତା ସପ୍ତାହ

\ଭୁବନେଶ୍ବର,: ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ୟୁନିଟ-୨ ସ୍ଥିତ କ୍ୟାପିଟାଲ ବାଳିକା ବିଦ୍ୟାଳୟଠାରେ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଉପ ମହାପ୍ରବନ୍ଧକ ରାଜକିଶୋର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଜୁଲି ମଙ୍ଗରାଜଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ଆହ୍ଲାବାଦ ବ୍ୟାଙ୍କ, ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ମିଳତ ସହ‌ଯୋଗରେ ସତର୍କତା ସଚେତନତା ସପ୍ତାହ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ‘ଭିଜିଥନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ‌‌ହୋଇଯାଇଛି। ୟୁନିୟଅନ ବ୍ୟାଙ୍କ, କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ବରର ଉପ ମହାପ୍ରବନ୍ଧକ ଆର୍‌. ଏଲ୍. ମୀନାଙ୍କ ତତ୍ତ୍ବାବଧାନରେ ଏକ ରାଲି ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର