ନୂଆଦିଲ୍ଲୀ: ରାଜପଥ ନିର୍ମାଣ ମନ୍ଥର ହୋଇପଡ଼ିଛି। ଚଳିତ ବର୍ଷ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦୈନିକ ରାଜପଥ ନିର୍ମାଣ ମାତ୍ର ୧୯.୪୪ କିମି ରହହିଛି। ୨୦୨୦-୨୧ରେ ଦୈନିକ ୩୭ କିମି ରାଜପଥ ନିର୍ମାଣ ହୋଇଥିଲା। ୨୦୨୧-୨୨ରେ ତାହା ୨୮.୬୪ କିମିକୁ ହ୍ରାସ ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ଆହୁରି ତଳକୁ ହ୍ରାସ ପାଇଛି। ୨୦୨୧ ସେପ୍ଟେମ୍ବର ସୁଦ୍ଧା ଦେଶରେ ୩,୮୨୪ କିମି ରାଜପଥ ନିର୍ମାଣ କରାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ତା’ଠାରୁ କମ୍ ଅର୍ଥାତ ୩,୫୫୯ କିମି ରାଜପଥ ନିର୍ମାଣ କରାଯାଇଛି। ଆଲୋଚ୍ୟ ତିନି ମାସରେ ୪,୦୯୨ କିମି ରାଜପଥ ନିର୍ମାଣ କରିବା ଲାଗି ବରାଦ ଦିଆଯାଇଥିଲା। ବରାଦ ପରିମାଣ ମଧ୍ୟ ଗତବର୍ଷ ୪,୬୦୯ କିମି ତୁଳନାରେ ହ୍ରାସ ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୨,୦୦୦ କିମି ରାଜପଥ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି।