ନୂଆଦିଲ୍ଲୀ: ଭ୍ରମାତ୍ମକ ବିଜ୍ଞାପନକୁ ନେଇ ପତଞ୍ଜଳି ବିରୋଧରେ ଦାଖଲ ହୋଇଥିବା ଅଦାଲତ ଅବମାନନା ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ଫଳରେ ପତଞ୍ଜଳି, ଏହାର ପ୍ରତିଷ୍ଠାତା ବାବା ରାମଦେବ ଓ ଏମ୍ଡି ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିଛି। ତେବେ କୋର୍ଟ କହିଛନ୍ତି ଯେ ଯଦି ନିର୍ଦ୍ଦେଶର ଉଲ୍ଲଂଘନ ହେବ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଷ୍ଟିସ୍ ହିମା କୋହଲି ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି। ମେ’ ୧୪ରେ ସୁପ୍ରିମକୋର୍ଟ ଅଦାଲତ ଅବମାନନା ରାୟକୁ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ଉଭୟ ରାମଦେବ ଓ ବାଲକୃଷ୍ଣ କୋର୍ଟଙ୍କୁ ବାରମ୍ବାର କ୍ଷମା ପାର୍ଥନା କରିଥିଲେ ଓ ଦେଶବ୍ୟାପୀ ସମ୍ବାଦପତ୍ରଗୁଡ଼ିକରେ କ୍ଷଥା ପ୍ରାର୍ଥନାକୁ ଛାପିଥିଲେ। କୋର୍ଟ ସେମାନଙ୍କ କ୍ଷମାକୁ ଗ୍ରହଣ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp