ଦେଶରେ ଲଗାତାର ୬ ଦିନ ହେଲା ବଢ଼ୁଛି ଡିଜେଲ୍‌ ଦର

ଭୁବନେଶ୍ବର: ଦେଶରେ ଡିଜେଲ ଦର ଲଗାତାର ୬ ଦିନ ହେଲା ବଢ଼ୁଛି। ୧୮ ତାରିଖରେ ଭୁବନେଶ୍ବରରେ ଲିଟର ପିଛା ଡିଜେଲ ଦର ୭୦ ଟଙ୍କା ୮୮ ପଇସା ଥିଲା। କିନ୍ତୁ ୧୯ ତାରିଖ ଠାରୁ ଏହା ବଢ଼ିବାରେ ଲାଗିଛି। ୧୯ରୁ ୨୪ ତାରିଖ‌ ମଧ୍ୟରେ ଡିଜେଲ ଦର ୧ ଟଙ୍କା ୦୩ ପଇସା ମହଙ୍ଗା ହୋଇଗଲାଣି। ୧୯ ତାରିଖରେ ଡିଜେଲ ଦର ୭୧ ଟଙ୍କା ୦୫ ପଇସାକୁ ବୃଦ୍ଧି ପାଇଥିବାବେଳେ ୨୦ ତାରିଖରେ ୭୧ ଟଙ୍କା ୨୧କୁ, ୨୧ ତାରିଖରେ ୭୧ ଟଙ୍କା ୪୨କୁ, ୨୨ ତାରିଖରେ ୭୧ ଟଙ୍କା ୬୪କୁ, ୨୩ ତାରିଖରେ ୭୧ ଟଙ୍କା ୮୫କୁ ଏବଂ ୨୪ ତାରିଖରେ ୭୧ ଟଙ୍କା ୯୧ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ୭୩ ଟଙ୍କା ୬୭ ପଇସାରେ ସ୍ଥିର ରହିଛି। ଦେଶରେ ଏବେ ଆଳୁ, ପିଆଜ ଏବଂ ଖାଇବା ତେଲ ଦାମ୍ ବଢ଼ୁଥିବାବେଳେ ଡିଜେଲ ଦର ବୃଦ୍ଧିର ପ୍ରଭାବ ଦରଦାମ ଉପରେ ଆହୁରି ଅଧିକ ମାତ୍ରାରେ ପଡ଼ିବା ଆଶଙ୍କା ରହିଛି। ଏପରିକି ଟ୍ରକ୍, ବସ୍ ଏବଂ ଡିଜେଲ ଚାଳିତ ଅନ୍ୟାନ୍ୟ ଗାଡ଼ିର ଭଡ଼ା ମଧ୍ୟ ବଢ଼ିଯାଇପାରେ।

ସମ୍ବନ୍ଧିତ ଖବର