୨୪ ଜଣ ଟିକସ ଠକଙ୍କ ନାଁ ପ୍ରକାଶ କଲା ଆୟକର ବିଭାଗ

ନୂଆଦିଲ୍ଲୀ : ଦେଶରେ ଆର୍ଥିକ ଠକେଇ କରୁଥିବା ଲୋକମାନଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କରୁ ଋଣ ନେଇ ସୁଝୁନଥିବା ଲୋକମାନଙ୍କୁ ସିବିଆଇ ଓ ଇଡି ଖୋଜୁଛି । ସେପଟେ ଆୟକର ଓ କମ୍ପାନି ଟିକସ ଠକୁଥିବା ଲୋକମାନଙ୍କ ବିରୋଧରେ ଅଣ୍ଟା ଭିଡିଛି ଆୟକର ବିଭାଗ । ମୋଟ ୪୯୦ କୋଟିରୁ ଅଧିକ ଟଙ୍କାର ଆୟକର ବକେୟା ଥିବା ପ୍ରାୟ ୨୪ ଜଣଙ୍କ ତାଲିକା ବିଭାଗ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ ପାଇଛି । ଏସବୁ ଲୋକମାନଙ୍କର କୋଟି କୋଟି ଟଙ୍କାର ଟିକସ ବକେୟା ଥିବାବେଳେ ସେମାନେ ଲୁଛୁଛନ୍ତି ଅଥବା ଟିକସ ଦେବା ପାଇଁ ଅର୍ଥ ନଥିବା କହୁଛନ୍ତି । ଏଣୁ ଏହି ଲୋକମାନଙ୍କୁ ଅସଲ ଚେହେରା ପଦାରେ ପକାଇବା ପାଇଁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏମାନଙ୍କ ନାଁ ପ୍ରକାଶ ପାଇବା ସହ ତୁରନ୍ତ ପରିଶୋଧ କରିବାକୁ କୁହାଯାଉଛି । ଦିଲ୍ଲୀଭିତ୍ତିକ ଏକ କମ୍ପାନି ଷ୍ଟକଗୁରୁ ଓ ତାହାର ପାର୍ଟନର ଲୋକେଶ୍ୱର ଦେବଙ୍କ ନାଁରେ ସର୍ବାଧିକ ୮୬ କୋଟିର ବକେୟା ରହିଛି । କିନ୍ତୁ ତାଙ୍କର ପତ୍ତା ମିଳୁନାହିଁ । ଏସବୁ ଲୋକମାନେ ଅହମଦାବାଦ, ବିଜୟଓ୍ଵାଡା,କୋଲକତା, ସୁରତ, ଦିଲ୍ଲୀ, ନାସିକ ଆଦି ସହରରୁ ବୋଲି ଜଣାପଡିଛି । ୨୦୦୯-୧୦ ଓ ୨୦୧୦-୧୧ ବର୍ଷ ପାଇଁ ଟିକସ ଦେଇନାହାନ୍ତି । ଆଉ କେତେକ ୧୯୮୯-୯୦ରୁ ମଧ୍ୟ ଟିକସ ଦେଇନାହାନ୍ତି । ସେମାନଙ୍କୁ ଧରିବା ପାଇଁ ସରକାର ଏବେ ଅଣ୍ଟା ଭିଡିଛନ୍ତି ।

ସମ୍ବନ୍ଧିତ ଖବର