ଡାକ ବିଭାଗର କୁଲ୍‌ ଇଏମ୍‌ଏସ୍‌ ସେବା ଆରମ୍ଭ

ଭୁବନେଶ୍ୱର: ଡାକ ବିଭାଗ ପକ୍ଷରୁ ଭାରତ ଓ ଜାପାନ ମଧ୍ୟରେ କୁଲ୍‌ ଇଏମ୍‌ଏସ୍‌ ସେବା ଆରମ୍ଭ କରାଯାଇଛି। କୁଲ୍‌ ଇଏମ୍‌ଏସ୍‌ ସେବା ଜରିଆରେ ଭାରତୀୟ ଲୋକମାନେ ଜାପାନ୍‌ରୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। ଯେଉଁ ଉତ୍ପାଦଗୁଡ଼ିକର ଆମଦାନି ପାଇଁ ଭାରତୀୟ ନିୟମ ଅନୁମତି ଦେଉଛି, କେବଳ ସେଭଳି ଉତ୍ପାଦ ମଗାଇ ହେବ। କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ସାଧାରଣ ଇଏମ୍‌ଏସ୍‌ ଭଳି କୁଲ୍‌ ଇଏମ୍‌ଏସ୍‌ରେ ମଧ୍ୟ ଟ୍ରାକ୍‌ ଓ ଟ୍ରେସ୍‌ ସୁବିଧା ରହିବ।

ସମ୍ବନ୍ଧିତ ଖବର