କର୍ପୋରେଟ୍ ଜଗତର କରୋନା ସତର୍କତା

ଭୁବନେଶ୍ବର: କରୋନା ଭୂତାଣୁକୁ ନେଇ ରାଜ୍ୟର କର୍ପୋରେଟ୍ ଜଗତ ସଜାଗ ହୋଇପଡ଼ିଛି। ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍‌ପିଏଲ୍‌), ଟାଟା ଷ୍ଟିଲ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୋପାଳପୁର ବନ୍ଦର ପକ୍ଷରୁ କରୋନାକୁ ନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଜେଏସ୍‌ପିଏଲ୍‌ ପକ୍ଷରୁ କଂପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ବରେ ଅନୁଗୁଳ ସ୍ଥିତ କାରଖାନାରେ କର୍ମଚାରୀମାନଙ୍କ ଥର୍ମାଲ୍ ସ୍କାନିଂ ଆରମ୍ଭ କରାଯାଇଛି। କର୍ମଚାରୀମାନଙ୍କୁ ମା‌ସ୍କ ଯୋଗାଇ ଦିଆଯାଇଛି ଓ ପ୍ରତି ଅଫିସ୍‌ରେ ସାନିଟାଇଜର୍‌ ରଖାଯାଇଛି। ଗୋପାଳପୁର ବନ୍ଦର ତରଫରୁ ମଧ୍ୟ କରୋନାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦରକୁ ଆସିଥିବା ବିଦେଶୀ ଜାହାଜର କ୍ରୁ ସଦସ୍ୟମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ପ୍ରତିଦିନ ଦୁଇ ଥର ଯାଞ୍ଚ କରାଯାଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତରଫରୁ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରୁ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ଏହାର ହସ୍ପିଟାଲ୍, ରିଟେଲ୍ ଷ୍ଟୋର୍‌ ଓ ଟେଲିକମ୍ ସେବାକୁ ଜାରି ରଖିବା ଲାଗି ଆବଶ୍ୟକ ହେଉଥିବା ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କଂପାନି କାର୍ଯ୍ୟ କରୁଛି। ଡୋମିନୋସ୍ ପିଜା ପକ୍ଷରୁ ‘ସ୍ପର୍ଶ ବିହୀନ ଡେଲିଭରି’ ଆରମ୍ଭ କରାଯାଇଛି। କେବଳ କଂପାନିର କର୍ମଚାରୀମା‌ନେ ପିଜା ଡେଲିଭରି କରୁଛନ୍ତି।

ସମ୍ବନ୍ଧିତ ଖବର