ନୂଆଦିଲ୍ଲୀ : କରୋନା ପାଇଁ ଭାରତରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଖାଦ୍ୟ, ସ୍ବାସ୍ଥ୍ୟସେବା, ବ୍ୟାଙ୍କିଂ, ଆଇନ ଶୃଙ୍ଖଳା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ କିଛି ଠପ୍ ହୋଇଯାଇଛି। ଏଥିଯୋଗୁଁ ଦେଶର ୪୦ କୋଟି ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଏବେ ଶ୍ରମ ବଜାରରେ ପହଞ୍ଚି ପାରୁନାହାନ୍ତି। ଏହି ଅଭୂତପୂର୍ବ ବିପର୍ଯ୍ୟୟ ଆଗାମୀ ଦିନରେ ଭାରତର ରାଜନୈତିକ ଅର୍ଥନୀତିର ଚିତ୍ରକୁ ବଦଳାଇ ଦେଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଗଲାଣି। ଭାରତ ଉତ୍ତମ ମାନର ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଆସିଛି। ଏହା ସତ୍ତ୍ବେ ଅନେକ ବ୍ୟକ୍ତି ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ପୂର୍ବ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନ୍ୟାନ୍ୟ ଦେଶ ଭଳି ଭାରତ କୌଣସି ସମୟରେ ଦେଶ ଭିତରେ ଶ୍ରମିକମାନଙ୍କ ଦେଶାନ୍ତର ଉପରେ କଟକଣା ଜାରି କରିନାହିଁ। ଏପରିକି ଅଣକୁଶଳୀ ଶ୍ରମିକମାନେ ମଧ୍ୟ ନିଯୁକ୍ତି ପାଇଁ ଘରଠାରୁ ହଜାର ହଜାର କିଲୋମିଟର ଦୂରକୁ ଯାଇ କାର୍ଯ୍ୟ କରୁଛନ୍ତି। ଏସବୁ କାରଣରୁ ଦେଶର ଶ୍ରମିକ ସଙ୍ଗଠନ ଗୁଡ଼ିକର ପ୍ରଭାବ ସରକାରୀ ନୀତି କିମ୍ବା ରାଜନୀତିରେ ଦୀର୍ଘବର୍ଷ ହେଲା ଦେଖିବାକୁ ମିଳୁନାହିଁ। କିନ୍ତୁ ବର୍ତ୍ତମାନର ସଙ୍କଟ ଦୂର ହେବା ପରେ ଭାରତର ରାଜନୈତିକ ଅର୍ଥନୀତିର ଚିତ୍ର ବଦଳିବା ଆଶଙ୍କା ରହିଛି। କରୋନାରେ ଏହି ଅସୁରକ୍ଷିତ ବର୍ଗର ଶ୍ରମିକମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ତେଣୁ କରୋନା ଯିବା ପରେ ଶ୍ରମିକମାନଙ୍କ ମନରେ ଏହାର ଦୁଃଖ ଏବଂ ଯନ୍ତ୍ରଣାର ସ୍ମୃତି ଦେଖିବାକୁ ମିଳିବ। ୧୯୯୧ରେ ଭାରତରେ ଆର୍ଥିକ ଉଦାରୀକରଣ ଆରମ୍ଭ ହେବା ପରେ ଭାରତୀୟ ଅର୍ଥନୀତିରେ ଅନେକ ପରିବର୍ତ୍ତନ ଆସିଛି। ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା କୃଷି ପରିବର୍ତ୍ତେ ଅଣ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ମିଳିଛି। ଦେଶର ଜିଡିପିରେ କୃଷିର ଯୋଗଦାନ ୧୯୯୦ ରେ ୨୭% ଥିବାବେଳେ ଏବେ ତାହା ୧୫%ରୁ କମ୍କୁ ଖସିଆସିଛି। କିନ୍ତୁ କୃଷି କ୍ଷେତ୍ରରେ ଏବେ ବି ବହୁ ସଂଖ୍ୟାରେ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ ୪୦% ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୃଷିରେ ନିୟୋଜିତ ଅଛନ୍ତି। ଏଥିସହିତ ଅଣକୃଷି କାର୍ଯ୍ୟରୁ ପରିବାରଗୁଡ଼ିକ ଅଧିକ ଆୟ କରୁଥିବାବେଳେ କୃଷିରୁ କମ୍ ଆୟ କରୁଛନ୍ତି। ତେଣୁ ଅର୍ଥନୀତିରେ ରହିଥିବା ଏସବୁ ବ୍ୟତିକ୍ରମ ଆଗାମୀ ଦିନରେ ରାଜନୈତିକ ଦଳ ଏବଂ ଶ୍ରମିକ ସଂଗଠନ ଗୁଡ଼ିକ ପାଇଁ ରାଜନୀତି କରିବା ଲାଗି ଏକ ନୂଆ ସୁଯୋଗ ଆଣିବ। ଭାରତର ରାଜନୈତିକ ଅର୍ଥନୀତିର ଚିତ୍ରକୁ ବଦଳାଇବା ଦେବାର ସମ୍ଭାବନା ମଧ୍ୟ କରୋନା ଆଣିପାରେ ବୋଲି ମତ ପ୍ରକାଶ ପାଉଛି।
କରୋନା ପାଇଁ ବଦଳିପାରେ ରାଜନୈତିକ ଅର୍ଥଶାସ୍ତ୍ର ଚିତ୍ର
/sambad/media/post_attachments/wp-content/uploads/2020/03/corona_7_20200321_667_1000_571_855.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)