କରୋନା ସଙ୍କଟରେ ସର୍ବାଧିକ କ୍ଷତିଗ୍ରସ୍ତ ଧନୀ

ନୂଆଦିଲ୍ଲୀ: କରୋନା ସଙ୍କଟ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଧନୀ ବ୍ୟକ୍ତି ହେଉଛନ୍ତି ଫ୍ରାନ୍ସର ବର୍ନାଡ୍‌ ଆରନଲ୍ଟ। ଏଲ୍‌ଭିଏମ୍‌ଏଚ୍‌ ନାମକ ବ୍ୟବସାୟ ସାମ୍ରାଜ୍ୟର ସେ ହେଉଛନ୍ତି ମାଲିକ। ତାଙ୍କ ଅଧୀନରେ ଡିଓର ଠାରୁ ଆରମ୍ଭ କରି ଫେଣ୍ଡି ପର୍ଯ୍ୟନ୍ତ ପ୍ରାୟ ୭୦ ପ୍ରକାର ବ୍ରାଣ୍ଡ୍‌ ପରିଚାଳିତ ହେଉଛି। କରୋନା ସଙ୍କଟ ପ୍ରଭାବରେ ତାଙ୍କ ସମ୍ପତ୍ତି ୩୦୦୦ କୋଟି ଡଲାର ହଆସ ପାଇଛି। ବିଶ୍ବର ଅନ୍ୟ କୌଣସି ଧନୀ ବ୍ୟକ୍ତି ଏଭଳି କ୍ଷତି ସହିନାହାନ୍ତି। ସେ ଯେତିକି କ୍ଷତି ସହିଛନ୍ତି ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କ ସମ୍ପତ୍ତି ସେତିକି ବଢ଼ିଛି।

ସମ୍ବନ୍ଧିତ ଖବର