ଭୁବନେଶ୍ବର: କର୍ପୋରେସନ୍ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଭାବେ ବିରୁପାକ୍ଷ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସେଣ୍ଟ୍ରାଲ୍ ବ୍ୟାଙ୍କର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। କଣ୍ଟିଲୋରେ ଜନ୍ମ ଗ୍ରହଣ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଶ୍ରୀ ମିଶ୍ର ୧୯୮୪ରେ ସେଣ୍ଟ୍ରାଲ୍ ବ୍ୟାଙ୍କରେ ପିଓ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ସେଣ୍ଟ୍ରାଲ୍ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟରେ ଦେଶର ବିଭିନ୍ନ ସ୍ଥାନରେ କାମ କରିଛନ୍ତି। ଶ୍ରୀ ମିଶ୍ରଙ୍କୁ ନୂତନ ନିଯୁକ୍ତି ପାଇଁ ଏଆଇବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ ଅଭିନନ୍ଦନ ଜଣାଇଛନ୍ତି।
ବିରୁପାକ୍ଷ କର୍ପୋରେସନ୍ ବ୍ୟାଙ୍କର ନୂଆ ଇଡି
/sambad/media/post_attachments/wp-content/uploads/2018/12/IMG-20181230-WA0002.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)