ଖାଇବା ତେଲର ସଠିକ୍ ପରିମାଣ, ଓଜନ ଘୋଷଣା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖାଇବା ତେଲର ପରିମାଣ ଓ ଓଜନର ପ୍ରକୃତ ତଥ୍ୟ ଘୋଷଣା କରିବାକୁ କଂପାନିଗୁଡ଼ିକୁ ସରକାର ନି‌ର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଜାନୁଆରି ୧୫ ସୁଦ୍ଧା ଏହି ନିୟମ ପାଳନ କରିବାକୁ ସେମାନଙ୍କୁ କୁହାଯାଇଛି। ପ୍ୟାକେଟ୍, ଟିଣ ଓ ବୋତଲ ଯେକୌଣସି ପ୍ରକାରରେ ବିକ୍ରି ହେଉଥିବା ଖାଇବା ତେଲର ଉଭୟ ପରିମାଣ ଓ ଓଜନ ପ୍ରଦର୍ଶିତ କରିବାକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଉତ୍ପାଦନକାରୀ, ପ୍ୟାକେଟ୍‌ ପ୍ରସ୍ତୁତକାରୀ ଓ ଆମଦାନିକାରୀଙ୍କୁ କୁହାଯାଇଛି।

ମାପ ଓ ଓଜନ ଆଇନ ଅନୁସାରେ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ସାମଗ୍ରୀର ପ୍ରକୃତ ଓଜନ ଓ ପରିମାଣ ଲେଖିବା କଂପାନିଙ୍କ ପାଇଁ ବାଧ୍ୟତାମୂଳକ। ଏବେ ଖାଇବା ତେଲ କଂପାନିଗୁଡ଼ିକ ପ୍ରକୃତ ପରିମାଣର ଓଜନ ଘୋଷଣା କରିବା ବେଳେ ନିଜଆଡ଼ୁ ଏକତରଫା ଭାବେ ତାପମାତ୍ରା ଉଲ୍ଲେଖ କରୁଛନ୍ତି। ତାପମାତ୍ରା ରହିଲେ ତେଲର ଲିଟର ଓ ଗ୍ରାମ୍‌ ଓଜନ ସମାନ ରହିବ ନାହିଁ। ଏହି କ୍ଷେତ୍ରରେ ଗ୍ରାହକମାନେ ଯେତିକି ଓଜନର ତେଲ ପାଇଁ ଟଙ୍କା ଗଣୁଛନ୍ତି ସେମାନଙ୍କୁ ସେତିକି ତେଲ ମିଳୁନାହିଁ। ଗ୍ରାହକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର