ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ମୋଦୀ ସରକାର ୩.୦ର ୧୦୦ ଦିନ ପୂରଣ ଅବସରରେ ପୂଜ୍ୟ ବାପୁଙ୍କ ଜନ୍ମସ୍ଥଳୀ ପୋରବନ୍ଦର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଲକ୍ଷ ଲକ୍ଷ ଖଦି କାରିଗରଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି। ସୂତାକଟାଳିଙ୍କ ମଜୁରିରେ ୨୫ ପ୍ରତିଶତ ଏବଂ ବୁଣାକାରଙ୍କ ମଜୁରିରେ ୭ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ବର୍ଦ୍ଧିତ ମଜୁରି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହେବ। ଏହି ଅବସରରେ ଆସମାବତୀ ନଦୀ କୂଳରେ ସ୍ଥାପିତ ୨୬ ଫୁଟ ଲମ୍ବ ଏବଂ ୧୩ ଫୁଟ ଚଉଡ଼ା ଷ୍ଟେନଲେସ୍ ଷ୍ଟିଲ୍ ‘ସ୍ମାରକ ଚରଖା’ ମଧ୍ୟ ଅନାବରଣ କରାଯାଇଛି। ଏହି ଅବସରରେ କେଭିଆଇସି ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଅନ୍ତର୍ଗତ ୩୯୧୧ ହିତାଧିକାରୀଙ୍କ ଖାତାରେ ୧୦୧ କୋଟି ଟଙ୍କା ଜମା କରିବା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୧୦୦ ନୂତନ ପିଏମ୍ଇଜିପି ଯ଼ୁନିଟ୍ ଉଦଘାଟନ କରିଥିଲେ। ଅକ୍ଟୋବର୨ରୁ ସୂତାକଟାଳିଙ୍କୁ ଗୁଣ୍ଡି (ହ୍ୟାଙ୍କ) ପିଛା ୧୦ ଟଙ୍କା ପରିବର୍ତ୍ତେ ୧୨ଟଙ୍କା ୫୦ ପଇସା ମଜୁରି ମିଳିବ।
ପୂର୍ବରୁ ୨୦୨୩ ଏପ୍ରିଲ ପହିଲାରେ ଏହାକୁ ୭ ଟଙ୍କା ୫୦ରୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କେଭିଆଇସି ଅଧ୍ୟକ୍ଷ ଶ୍ରୀ କୁମାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଖଦି କ୍ରାନ୍ତି‘ ଦ୍ୱାରା ସୂତାକଟାଳି ଏବଂ ବୁଣାକାରମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଛି । ଗତ ଆର୍ଥିକ ବର୍ଷରେ ଖଦି କାରବାର ୧.୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ, ଖଦି ପରିବାରର କାରିଗରମାନଙ୍କୁ ଲାଭ ପ୍ରଦାନ କରିବା ଲାଗି ଆୟୋଗ ସେମାନଙ୍କ ମଜୁରି ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛି। ସେ ଉଲ୍ଲେଖ କରିଥିଲେ ଯେ ସାରା ଦେଶରେ ପାଖାପାଖି ୩ ହଜାର ପଞ୍ଜିକୃତ ଖଦି ଅନୁଷ୍ଠାନ ରହିଛି, ଯେଉଁମାନଙ୍କ ଜରିଆରେ ୪.୯୮ଲକ୍ଷ ଖଦି କାରିଗର ନିଯୁକ୍ତି ପାଇଛନ୍ତି, ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ମହିଳା। ବର୍ଦ୍ଧିତ ମଜୁରି ସେମାନଙ୍କୁ ନୂତନ ଆର୍ଥିକ ଶକ୍ତି ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାରଙ୍କ ଅଧୀନରେ ଏପର୍ଯ୍ୟନ୍ତ ମଜୁରି ପ୍ରାୟ ୨୧୩ ପ୍ରତିଶତ ବୃଦ୍ଧି ପାଇଛି। ଏହି କାର୍ଯ୍ୟକ୍ରମରେ ଗୁଜରାଟର କେଭିଆଇସି ରାଜ୍ୟ କାର୍ଯ୍ୟ।ଳୟ ସହିତ ଜଡିତ ଖଦି ଅନୁଷ୍ଠାନର ପ୍ରତିନିଧି, ଖଦି ଶ୍ରମିକ, କାରିଗର ଏବଂ କେଭିଆଇସିର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/E4ANQuP5nV0062LCEyc0.jpg)