ସବୁଠାରୁ ଅଧିକ ଜାଲ ହେଉଛି ୫୦୦ ଟଙ୍କିଆ ନୋଟ୍ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତ ସରକାର, ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଦେଶରେ ଜାଲ ନୋଟ କାରବାର ବଢି ବଢି ଚାଲିଛି । ସବୁଠାରୁ ଅଧିକ ଜାଲ ହେଉଛି ୫୦୦ ଟଙ୍କିଆ ନୋଟ୍ । ୨ ହଜାର ଟଙ୍କିଆ ନୋଟ ବି ଜାଲ ହେଉଛି ।

ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ, ଗତ ବର୍ଷ ଅପେକ୍ଷା ଏବର୍ଷ ଜାଲ ୫୦୦ ଟଙ୍କିଆ ସଂଖ୍ୟା ଦୁଇଗୁଣ ବଢିଛି । ସେହିପରି ଜାଲ ୨ ହଜାର ଟଙ୍କିଆ ନୋଟ ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ପାଇଛି ।

କମ ମୂଲ୍ୟର ନୋଟ ଯଥା ୧୦ ଟଙ୍କିଆ, ୨୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ ବି ଜାଲ ହୋଉଛି ।  ଜାଲ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଜାଲ ୫୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ ସଂଖ୍ୟା ଯଥାକ୍ରମେ ୨୮.୭ ପ୍ରତିଶତ ଓ ୧୬.୭ ପ୍ରତିଶତ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟ ମଧ୍ୟରୁ ଏକ ପ୍ରମୁଖ କାର୍ଯ୍ୟ ହେଲା ବଜାରରେ ଥିବା ଜାଲ ନୋଟ ସଂପର୍କରେ ତଥ୍ୟ ରଖିବା । କେନ୍ଦ୍ର ସରକାର ଗତ ୨୦୧୬, ନଭେମ୍ବର ୮ ରେ ବିମୁଦ୍ରିକରଣ ଘୋଷଣା କରିଥିଲେ । ଏହାର ଏକ ମୁଖ୍ୟ ଲକ୍ଷ୍ୟ ଥିଲା ଦେଶରୁ ଜାଲ ନୋଟ କାରବାରକୁ ସମାପ୍ତ କରିବା । କିନ୍ତୁ ଏହାର ୬ ବର୍ଷ ପରେ ବି ଦେଶରେ ଜାଲ ନୋଟ କାରବାର ବଢିଚାଲିଛି ।

 

 

ସମ୍ବନ୍ଧିତ ଖବର