ନୂଆଦିଲ୍ଲୀ : କରୋନା ପାଇଁ ଦେଶରେ ଏବେ ଲକ୍ଡାଉନ୍ ଚାଲିଛି। ଏଥିଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟତଃ ଠପ୍ ହୋଇଯାଇଛି। ଫଳରେ ସରକାରଙ୍କ ଟିକସ ଏବଂ ଅଣଟିକସ ରାଜସ୍ବ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଅଧିକ ଟିକସ ଆଦାୟ ପାଇଁ ଆଜି ଉତ୍ତର ପୂର୍ବ ଭାରତର ତୃତୀୟ ରାଜ୍ୟ ଭାବେ ନାଗାଲାଣ୍ଡ ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ଟିକସ ଲାଗୁ କରିଛି। କୋଭିଡ ସେସ୍ ନାମରେ ଏହି ଟିକସ ନାଗାଲାଣ୍ଡ ସରକାର ଲଗାଇଛନ୍ତି। ପେଟ୍ରୋଲ ଉପରେ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ଲାଗୁ କରାଯାଇଛି।
ତେଲ ଉପରେ କୋଭିଡ ସେସ୍ ଲଗାଇଲା ନାଗାଲାଣ୍ଡ
/sambad/media/post_attachments/wp-content/uploads/2020/01/oil-price.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)