ସରକାରୀ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କୁ ମାଗଣାରେ ଟିକେଟ୍‌ ପ୍ରଦାନ କରୁଛି ଭିସ୍ତାରା ଏୟାର୍‌ଲାଇନ୍‌

ନୂଆଦିଲ୍ଳୀ: କରୋନା ମହାମାରୀକୁ ନେଇ ଚାଲିଥିବା ଯୁଦ୍ଧ କାଳରେ ସ୍ବାସ୍ଥ୍ୟକର୍ମୀମାନଙ୍କର ଗୁରୁତ୍ବକୁ ଦୃଷ୍ଟିରେ ରଖି ଭିସ୍ତାରା ଏୟାର୍‌ ଲାଇନ୍ ଡାକ୍ତର ଓ ନର୍ସମାନଙ୍କୁ ମାଗଣା ବିମାନ ଟିକେଟ ଯୋଗାଇ ଦେଇଛି। ଦେଶ ଭିତରର ସରକାରୀ ଡାକ୍ତର ଓ ନର୍ସମାନଙ୍କୁ ମାଗଣାରେ ଟିକେଟ୍‌ ଯୋଗାଇ ଦେବାକୁ ରବିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ କହିଛି ଭିସ୍ତରା ଏୟାର୍‌ଲାଇନ୍‌।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କୁ ଏକ ପତ୍ର ଜରିଆରେ ଭିସ୍ତାରା ଏୟାର୍‌ ଲାଇନ୍ ଲେଖିଛି ଯେ ‘ସରକାରୀ ଡାକ୍ତର ଓ ନର୍ସମାନଙ୍କୁ ତୁରନ୍ତ ଯାତ୍ରା କରିବାର ସୁବିଧା ‌ଯୋଗାଇ ଦେବାକୁ ଆମେ ଚାହୁଁଛୁ। ଏହାବ୍ୟତୀତ ‌କେନ୍ଦ୍ର ସରକାର, ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳର ସ୍ବୀକୃତିପ୍ରାସ୍ତ ସଂସ୍ଥାଗୁଡ଼ିକର ଅନୁରୋଧକୁ ବି ଅଗ୍ରାଧିକାର ଦିଆଯିବ। ସିଟ୍‌ର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଯେତେ ସମ୍ଭବ ଆମେ ସହାୟତାର ହାତ ବଢ଼ାଇବୁ।’ ଏହାଛଡ଼ା ଅନ୍ୟ ସମସ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ବିମାନ ଉଡ଼ାଣ ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ଏୟାର୍‌ଲାଇନ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର