ଜିଓମାର୍ଟରେ ‘କ୍ରାଫ୍ଟ ମେଳା’

ମୁମ୍ବାଇ : ଜିଓମାର୍ଟ ପକ୍ଷରୁ ତିନିଦିନିଆ କ୍ରାଫ୍ଟ ମେଳା ଶୁକ୍ରବାରଠାରୁ କ୍ରାଫ୍ଟ ମେଳା ଆରମ୍ଭ କରାଯାଇଛି ଯେଉଁଥିରେ ଭାରତୀୟ କାରିଗର ଓ ବୁଣାକାରମାନଙ୍କ ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଅଫ୍‌ଲାଇନ୍‌ରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀକୁ ଗ୍ରାହକମାନେ ଅନ୍‌ଲାଇନ୍‌ରେ ମଧ୍ୟ ପରିଦର୍ଶନ କରିପାରିବେ। ଏହି ମେଳା ଜରିଆରେ ଜିଓମାର୍ଟ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦ ହଜାରରୁ ଅଧିକ କାରିଗର ଓ ବୁଣାକାରମାନଙ୍କ ପାଖରେ ପହଞ୍ଚିପାରିଛି। ଜିଓମାର୍ଟରେ ୬୦୦ରୁ ଅଧିକ ବିକ୍ରେତା ଓ ମାଷ୍ଟର କାରିଗର ସାମିଲ ହୋଇଛନ୍ତି। ଗ୍ରାହକମାନେ ବିଭିନ୍ନ ଅଞ୍ଚଳର ୮୫ ହଜାରରୁ ଅଧିକ ପ୍ରକାର ଉତ୍ପାଦକୁ ଦେଖିବା ଓ ଚୟନ କରିବାର ସୁଯୋଗ ପାଇପାରିବେ।

ଗ୍ରାହକମାନେ ଓଡ଼ିଶାର ସମ୍ବଲପୁରୀ ଶାଢ଼ିଠାରୁ ଆରମ୍ଭ କରି ଢ଼ୋକ୍ରା କଳାକୃତି, କାଠ ଖେଳନା, ପରିବେଶ ମିତବ୍ୟୟୀ ଯୋଗ ମ୍ୟାଟ୍‌ ଆଦି କିଣିପାରିବେ। ଏହି ଅବସରରେ ଜିଓମାର୍ଟର ସିଇଓ ସନ୍ଦୀପ ଭରଗନ୍ତି କହିଛନ୍ତି ଯେ ଇ-କମର୍ସ ଜରିଆରେ ଭାରତର ସ୍ଥାନୀୟ କାରିଗର ଓ ବୁଣାକାରମାନଙ୍କୁ ସଶକ୍ତ କରିବାକୁ ଜିଓମାର୍ଟ ପ୍ରତିବଦ୍ଧ ରହିଛି। ବ୍ୟବସାୟ ଏବଂ ଅର୍ଥନୀତିକୁ ଆଗକୁ ବଢ଼ାଇବା‌ରେ ସେମାନଙ୍କୁ ସହାୟତା ଦେବାକୁ ଆମେ ଚାହୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର