‘ପରିବାର ଇତିହାସ’ ଲିପିବଦ୍ଧ କରିବା ସୁଯୋଗ

ନୂଆଦିଲ୍ଲୀ: ଲୋକମାନେ ଚାହିଁଲେ ନିଜ ପରିବାର ଇତିହାସକୁ ଲିପିବଦ୍ଧ କରିପାରିବେ। ରୋଲି ବୁକସ୍‌ ନାମକ ଏକ ସଂସ୍ଥା ଏହି ସୁଯୋଗ ପ୍ରଦାନ କରୁଛି। ଉଭୟ ଛାପା ଓ ଡିଜିଟାଲ୍ ମାଧ୍ୟମରେ ଲୋକମାନେ ପରିବାରର ଇତିହାସକୁ ସାଇତି ରଖିପାରିବେ। ସଂସ୍ଥା ପକ୍ଷରୁ ଦୁଇ ତିନିଟି ପରିବାରର ଇତିହାସ ଲେଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଚର୍ଚ୍ଚିତ ପରିବାରଠାରୁ ଆରମ୍ଭ କରି ସାଧାରଣ ଅଜଣା ପରିବାର ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ଏହା ‘ପରିବାର ଇତିହାସ’ ଲିପିବଦ୍ଧ କରିବାର ସୁଯୋଗ ପ୍ରଦାନ କରୁଛି। ରୋଲି ବୁକସ୍‌ ପକ୍ଷରୁ ଏଥିପାଇଁ ଗବେଷଣା, ସମ୍ପାଦନା, ଡିଜାଇନ୍ ଓ ଉତ୍ପାଦନ ସୁବିଧା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର