ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭାରତୀୟମାନେ କମ ବ୍ୟୟ କରିଛନ୍ତି। ଏହି ହାରାହାରି ଖର୍ଚ୍ଚ ଗତ ଡିସେମ୍ବର ତୁଳନାରେ ୨.୭ ପ୍ରତିଶତ ହ୍ରାସ ପାଇଛି। ଏକ ଆର୍ଥିକ ଅନୁଧ୍ୟାନକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଜାନୁଆରିରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ହୋଇଥିବା ବ୍ୟୟରେ ୮.୧ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି, ଯାହା ଗତ ବର୍ଷ ଡିସେମ୍ବରରେ ହୋଇଥିବା ଅଭିବୃଦ୍ଧି ହାର ତୁଳନାରେ କମ୍।
ଚାରିଟି ପ୍ରମୁଖ ବ୍ୟାଙ୍କର ଗ୍ରାହକମାନେ ଏହି ସମୟରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଯଥେଷ୍ଟ କମ୍ ଅର୍ଥ ବ୍ୟୟ କରିଛନ୍ତି। ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ କ୍ରେଡିଟ୍ କାର୍ଡ ବ୍ୟୟ ଗତ ମାସ ତୁଳନାରେ ୪.୭ ପ୍ରତିଶତ ହ୍ରାସ ପାଇଛି। ସେହିପରି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ହୋଇଥିବା ହାରାହାରି ଖର୍ଚ ପରିମାଣ ୪.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଏଚଡିଏଫ୍ସି ବ୍ୟାଙ୍କର ୧.୩ ପ୍ରତିଶତ ଓ ଏକ୍ସିସ୍ ବ୍ୟାଙ୍କର ଗ୍ରାହକମାନଙ୍କ କ୍ରେଡିଟ୍ କାର୍ଡ ବ୍ୟୟ ୨.୭ ପ୍ରତିଶତ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/images-2026-02-26-17-48-47.jpg)