ୟୁପିଆଇ ସହ ଯୋଡ଼ି ହେବ କ୍ରେଡିଟ୍ କାର୍ଡ

ମୁମ୍ବାଇ: ବହୁଳ ଭାବେ ବ୍ୟବହାର ହେଉଥିବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ସହ କ୍ରେଡିଟ୍ କାର୍ଡକୁ ଯୋଡ଼ିବା ଲାଗି ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା କେବଳ ସଞ୍ଚୟ ଖାତା ଓ ଚଳନ୍ତୀ ଖାତାକୁ ୟୁପିଆଇ ସହ ଯୋଡ଼ିବା ଅନୁମତି ଦିଆଯାଇଥିଲା। ଏବେ କ୍ରେଡିଟ୍ କାର୍ଡ ପାଇଁ ସେହି ସୁବିଧା ମିଳିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନ୍ୟାସନାଲ୍‌ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଜାରି କରୁଥିବା ରୁପେ କାର୍ଡକୁ ଏଥିପାଇଁ ଅନୁମତି ଦିଆଯାଇଛି। ୟୁପିଆଇରେ ପେମେଣ୍ଟ୍‌ ଶୁଳ୍କ ମୁକ୍ତ ଥିବା ବେଳେ କ୍ରେଡିଟ୍ କାର୍ଡ ପେମେଣ୍ଟ୍ ପାଇଁ ସାଧାରଣତଃ ମର୍ଚାଣ୍ଟ୍‌ ଡିସ୍‌କାଉଣ୍ଟ୍‌ ରେଟ୍‌ (ଏମ୍‌ଡିଆର୍‌) ଉପରେ ନିର୍ଭର କରିବାକୁ ପଡ଼ୁଥିଲା।

ସମ୍ବନ୍ଧିତ ଖବର