ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ୍ ସରକାର ଓ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଚାପରେ ବୁଡ଼ିଯାଉଥିବା କ୍ରେଡିଟ୍ ସ୍ବିସ୍ ବ୍ୟାଙ୍କୁ ୟୁବିଏସ୍ ୩୨୫ କୋଟି ଡଲାରରେ ଅଧିଗ୍ରହଣ କରିଛି। ଏହି ଡିଲ୍ ପାଇଁ କିଛି ଦିନ ଧରି ଜୋରଦାର ମୁଲଚାଲ ଚାଲିଥିଲା। ୟୁବିଏସ୍ ପ୍ରଥମେ ୧୦୦ କୋଟି ଡଲାର ଓ ୨୦୦ କୋଟି ଡଲାରର ପ୍ରସ୍ତାବ ଦେବା ପରେ ତାହାକୁ କ୍ରେଡିଟ୍ ସ୍ବିସ୍ କର୍ତ୍ତୃପକ୍ଷ ଖାରଜ କରିଦେଇଥିଲେ। ଶେଷରେ ୩୨୫ କୋଟି ଡଲାର ଦେବାକୁ ୟୁବିଏସ୍ ରାଜି ହେବା ପରେ ଏହି ଐତିହାସିକ ଡିଲ୍ ହୋଇଛି। ଏଥି ସହିତ ୟୁରୋପର ସର୍ବବୃହତ ବ୍ୟାଙ୍କ ସଙ୍କଟରେ ପୂର୍ଣ୍ଣଛେଦ ପଡ଼ିଛି। କ୍ରେଡିଟ୍ ସ୍ବିସ୍ ହେଉଛି ୧୬୭ ବର୍ଷ ପୁରୁଣା ସ୍ବିସ୍ ବ୍ୟାଙ୍କ। ବ୍ୟାଙ୍କ ପାଇଁ ସାରା ବିଶ୍ବରେ ୫୦,୦୦୦ ଏବଂ କେବଳ ସ୍ବିଜରଲ୍ୟାଣ୍ଡ୍ରେ ୧୭ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।
‘କ୍ରେଡିଟ୍ ସ୍ବିସ୍’କୁ କିଣିଲା ‘ୟୁବିଏସ୍’
/sambad/media/post_attachments/wp-content/uploads/2023/03/credit-card20323.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)