ବିଜ୍ଞାପନରେ ଚାଟ୍‌ଜିପିଟିକୁ ତାତ୍ସଲ୍ୟ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ‌ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଲୋକମାନଙ୍କ ଚାକିରି ନେଇଯିବ ବୋଲି ବିଶ୍ବବ୍ୟାପୀ ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ଏହା ସବୁ ଲୋକଙ୍କ ଚାକିରି ନେଇପାରିବନି। ଏକଥାକୁ ସ୍ପଷ୍ଟ କରିବା ଲାଗି ସୋସିଆଲ ମିଡିଆରେ ଏକ ସୃଜନଶୀଳ ବିଜ୍ଞାପନ ଭାଇରାଲ୍ ହୋଇଛି। ଏକ ଅର୍ଧ ନିର୍ମିତ କୋଠାକୁ ସମ୍ପୂର୍ଣ୍ଣ କରି ଦେଖାଇବା ଲାଗି ଚାଟ୍‌ଜିପିଟିକୁ ସେଥିରେ ପରାମର୍ଶ ଦିଆଯାଇଛି। ଏଥି ସହିତ ସେଥିରେ ଲେଖାଯାଇଛି ଯେ କିଛି ଦକ୍ଷତା ରହିଛି ଯାହାର ସ୍ଥାନ କେହି ନେଇପାରିବେନି।

ଅନ୍ତରୀପ୍‌ର ଏକ କୋଠାରେ ସେହି ବିଜ୍ଞାପନ ରହିଛି। ବୈଷୟିକ ଓ ନିର୍ମାଣ ଶିଳ୍ପ ପାଇଁ ମାନବ ସମ୍ବଳ ପ୍ରଦାନ କରୁଥିବା ଏକ ସଂସ୍ଥା ଲାଗି ସେହି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସେହି କଂପାନି ଜଣାଇଛି ଯେ ଏଆଇ ବହୁତ କିଛି କରିପାରିବ। କିନ୍ତୁ ଏହି ଅର୍ଧ ନିର୍ମିତ କୋଠାକୁ ସମ୍ପୂର୍ଣ୍ଣ କରିପାରିବନି। ସେଥିପାଇଁ ଦକ୍ଷତା ଥିବା ଲୋକ ଦରକାର।

ସମ୍ବନ୍ଧିତ ଖବର