ନୂଆଦିଲ୍ଲୀ : ନିଜ ତୈଳ ଆବଶ୍ୟକତାର ୮୦ ପ୍ରତିଶତକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଲାଗି ଖୁସି ଖବର। ବହୁ ଦିନ ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୮୦ ଡଲାର ତଳକୁ ହ୍ରାସ ପାଇଛି। ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୭୯.୭୯ ଡଲାରକୁ ହ୍ରାସ ପାଇଛି। କିନ୍ତୁ ଭାରତ ପାଇଁ ମହତ୍ବ ରଖୁଥିବା ବ୍ରେଣ୍ଟ୍ କ୍ରୁଡ୍ର ଦାମ୍ ୮୭ ଡଲାର ସ୍ତରରେ ରହିଛି। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ଏକ ତ୍ରୈମାସିକରେ ଅଶୋଧିତ ତୈଳ ଦାମ୍ରେ ସର୍ବାଧିକ ହ୍ରାସ ଘଟିଛି। ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ଅନିଶ୍ଚିତତା ଏବଂ ସାରା ବିଶ୍ବରେ ଦରଦାମ୍ ସଙ୍କଟ ଯୋଗୁଁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ରହିଥିବାରୁ ତୈଳ ଚାହିଦା ହ୍ରାସ ପାଉଛି। ସେଥିପାଇଁ ଏହାର ଦାମ୍ ନିୟମିତ ଭାବେ ଖସିଚାଲିଛି। ତେବେ ନିଜର ଜରୁରୀକାଳୀନ ତୈଳ ଭଣ୍ଡାରଗୁଡ଼ିକରେ ତେଲ ଭର୍ତ୍ତି କରିବା ଲାଗି ଆମେରିକା ନିଷ୍ପତ୍ତି ନେଇଥିବାରୁ କିଛି ଦିନ ଭିତରେ ଅଶୋଧିତ ତୈଳ ଦର ପୁଣି ବଢ଼ିପାରେ ବୋଲି କୁହାଯାଉଛି। ଯଦି ଅଶୋଧିତ ତୈଳ ଦାମ୍ ଆହୁରି ହ୍ରାସ ପାଇବ ତେବେ ଓପେକ୍ ରାଷ୍ଟ୍ର ସମୂହ ଉତ୍ପାଦନରେ ଆହୁରି ହ୍ରାସ କରିବା ନିଷ୍ପତ୍ତି ଗ୍ରହଣ କରିପାରେ।
ଅଶୋଧିତ ତୈଳ ୮୦ ଡଲାର ତଳେ
/sambad/media/post_attachments/wp-content/uploads/2022/07/oil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)