ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସୋମବାର ଦିନ ବ୍ୟାରେଲ ପିଛା ୮୧ ଡଲାର ତଳକୁ ଖସିଛି। ଜାନୁଆରି ମାସଠାରୁ ପ୍ରଥମ ଥର ଲାଗି ଦର ଏତେ ତଳକୁ ଆସିଛି। ଆଜି ବ୍ରେଣ୍ଟ୍ କ୍ରୁଡ୍‌ ଦର ବ୍ୟାରେଲ ପିଛା ୨.୬ ଡଲାର ବା ୩ ପ୍ରତିଶତରୁ ଅଧିକ ହ୍ରାସ ଘଟି ୮୦.୯୭ ଡଲାର ରହିଛି। ବର୍ତ୍ତମାନ ଭାରତ ବ୍ୟାରେଲ ପିଛା ୮୨ ଡଲାର ଦେଇ ଅଶୋଧିତ ତେଲ କିଣୁଛି।

Advertisment

ମାର୍ଚ୍ଚରେ ଭାରତକୁ ଗୋଟିଏ ବ୍ୟାରେଲ ତେଲ ପାଇଁ ୧୧୨ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଦେଶରେ ଯେଉଁ ଦରରେ ଏବେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି ସେଥିପାଇଁ ଭାରତୀୟ କମ୍ପାନିଙ୍କୁ ୮୫ ଡଲାରରେ କିଣିବାର ଆବଶ୍ୟକତା ରହିଛି। କିନ୍ତୁ ଏହାଠାରୁ କମ୍‌ରେ ଅଶୋଧିତ ତେଲ ଦାମ ପହଞ୍ଚିଛି। ତେଣୁ ଅଶୋଧିତ ତେଲ ଦର ଯଦି ଏହି ସ୍ତରରେ ରହେ କିମ୍ବା ଆହୁରି ଖସେ ତା‌ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ଆଶା ରହିଛି।