ଲଣ୍ଡନ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଛି। ଚୀନରେ କରୋନା ଭୂତାଣୁ ଜନିତ ଲକଡାଉନ୍ ସହିତ ଷ୍ଟ୍ରାଟେଜିକ ରିଜର୍ଭରୁ ଦେଶଗୁଡ଼ିକ ଅଧିକ ତେଲ କାଢ଼ିବା ଯୋଜନା ରହିଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଛି। ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୩.୯୩ ଡଲାର ହ୍ରାସ ପାଇ ୯୮.୮୫ ଡଲାର ରହିଥିବାବେଳେ ୟୁଏସ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ତେଲ ୪.୧୯ ଡଲାର ହ୍ରାସ ଘଟି ୯୪.୦୭ ଡଲାରକୁ ଖସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଗତ ୫ ଦିନ ହେଲା ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇନାହିଁ। କିନ୍ତୁ ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତଭାବେ ବୃଦ୍ଧି ପାଇବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଇତିମଧ୍ୟରେ ଲିଟର ପିଛା ୧୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଯାଇଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ୧୧୦ ଟଙ୍କା ଏବଂ ଡିଜେଲ ୧୦୦ ଟଙ୍କା ଉପରେ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp