ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୩୦% ହ୍ରାସ

ଟୋକିଓ: ରୁଷ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କରି ସାଉଦି ଆରବ ତୈଳ ମୂଲ୍ୟ ହ୍ରାସ କରିବାରୁ ସୋମବାର ଦିନ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୩୦% ହ୍ରାସ ପାଇଛି। ୧୯୯୧ ମସିହା ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇବାରେ ଏହା ହେଉଛି ପ୍ରଥମ ଘଟଣା। ଏହାଛଡ଼ା କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ତୈଳ ଚାହିଦା ହ୍ରାସ ପାଇଥିବାରୁ ବିକ୍ରି ନ ହୋଇ ସାଉଦି ଆରବରେ ବିପୁଳ ପରିମାଣର ତେଲ ଗଚ୍ଛିତ ରହିଯାଇଛି। ସେ ସବୁକୁ ହଟାଇବା ଲାଗି ସାଉଦି ଆରବ ଏ ଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏବେ ବ୍ୟାରେଲ୍‌ ପିଛା ଅଶୋଧିତ ତୈଳ ମୂଲ୍ୟ ୧୪. ୨୫ ଡଲାର୍‌ ବା ୩୧. ୫% ହ୍ରାସ ପାଇଛି। ୧୯୯୧ ମସିହା ଜାନୁଆରି ୧୭ ତାରିଖରେ ଉପସାଗରୀୟ ଯୁଦ୍ଧ ଆରମ୍ଭ ସମୟରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲା।

Image Source: NDTV

ସାଉଦି ଆରବ ହେଉଛି ବିଶ୍ୱର ସବୁଠୁ ବଡ଼ ତୈଳ ରପ୍ତାନିକାରୀ ଦେଶ। ତୈଳ ରପ୍ତାନିରେ ସାଉଦି ଆରବ ପଛକୁ ରହିଛି ରୁଷ୍‌। ପ୍ରତିଦ୍ୱନ୍ଦ୍ୱୀ ରୁଷ୍‌କୁ ଦଣ୍ଡିତ କରିବାକୁ ସାଉଦି ଆରବ ଏ ଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର