ନୂଆଦିଲ୍ଲୀ: ଓପେକ୍ ରାଷ୍ଟ୍ରଗୁଡ଼ିକ ଦୈନିକ ତୈଳ ଉତ୍ପାଦନ ହ୍ରାସ କରିବା ବିଷ‌ୟରେ ଘୋଷଣା କରିବା ପରେ ଅଶୋଧିତ ତୈଳ ଦାମ୍ ୩ ଡଲାର ହ୍ରାସ ପାଇଛି। ଆଜି ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍ ୯୬.୫୯ ଡଲାର ହୋଇଯାଇଛି। ସେହିପରି ୟୁଏସ୍‌ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ ଦାମ୍ ୮୯ ଡଲାରକୁ ବୃଦ୍ଧି ପାଇଛି। ଅକ୍ଟୋବର ସୁଦ୍ଧା ତୈଳ ଉତ୍ପାଦନରେ ୧,୦୦,୦୦୦ ବିପିଡି ହ୍ରାସ କରିବାକୁ ଓପେକ୍ ଘୋଷଣା କରିଛି।