ଦୁଇ ସପ୍ତାହ ମଧ୍ୟରେ ତେଲଦର ୧୦୦ ଡଲାର ତଳକୁ ଖସିବ !

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଦ୍ରୁତ ଗତିରେ ବଢିଚାଲିଛି । ପୁଣି ଆମେରିକା ଦ୍ବାରା ରୁଷ ତେଲ ଆମଦାନୀ ଉପରେ କଟକଣା ଲଗାଯିବା ପରେ ଏହି ଦର ବୃଦ୍ଧି ଆହୁରି ଦ୍ରୁତ ହୋଇଛି । ଆଜି ବ୍ରେଣ୍ଟ କ୍ରୁଡ୍ ଅଏଲ ବ୍ୟାରେଲ ପିଛା ୧୩୦ ଡଲାର ଟପିଯାଇଛି । ସେହିପରି ଭାରତୀୟ ବାସ୍କେଟ କ୍ରୁଡ ମୂଲ୍ୟ ୧୨୬ ଡଲାରକୁ ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ଯୋଗୁଁ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଅବଶ୍ୟମ୍ଭାବୀ ହୋଇପଡ଼ିଛି ବୋଲି କୁହାଯାଉଛି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାରୁ ଦେଶରେ ଦରବୃଦ୍ଧି ହୋଇପାରେ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ।

କିନ୍ତୁ, କେତେକ ଭାରତ ପେଟ୍ରୋଲିୟମ ସିଏମଡି ଅରୁନ ସିଂ କହିଛନ୍ତି ଯେ ତେଲଦର ବେଶୀ ଦିନ ପାଇଁ ଉଚ୍ଚ ସ୍ତରରେ ରହିବ ନାହିଁ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଶୋଧିତ ତେଲ ୧୦୦ ଡଲାର ତଳକୁ ଖସିଯିବ । କାରଣ ରୁଷ ଉପରେ ଲଗାଯାଇଥିବା କଟକଣାକୁ ୟୁରୋପ ଦେଶ ପାଳନ କରିବେ ନାହିଁ । କାରଣ ଆରବ ଦେଶରୁ ତେଲ ଆମଦାନୀ କରିବା ସେମାନଙ୍କ ପାଇଁ ମହଙ୍ଗା ହୋଇଯିବ । ଏଣୁ ଅଶୋଧିତ ତେଲ ଦରବୃଦ୍ଧିକୁ ନେଇ  ଲୋକମାନେ ଏତେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର