ଚମକ ହରାଇଲା କ୍ରିପ୍ଟୋ, ରିଜର୍ଭ ବ୍ୟାଙ୍କ ଆଣିଲା ଇ-ରୁପି

ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସି ପାଇଁ  ୨୦୨୨ ବର୍ଷଟି ଆଦୌ ଭଲ ନଥିଲା। ଯେଉଁଭଳି ଭାବେ କ୍ରିପ୍ଟୋକରେନ୍ସିର ଚାହିଦା ଏବଂ ମୂଲ୍ୟରେ ବୃଦ୍ଧି ହେଉଥିଲା ସେଥିରେ ବ୍ରେକ୍ ଲାଗିଥିଲା। କ୍ରିପ୍ଟୋ ଏକ ଅସ୍ଥିର ସମ୍ପତ୍ତି ଓ ସେଥିରେ କାରବାର କରିବାରେ ବଡ଼ ବିପଦ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଶ୍ବର ପ୍ରାୟ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଲୋକମାନଙ୍କୁ ଚେତାବନୀ ଦେବା ପରେ କ୍ରିପ୍ଟୋକରେନ୍ସି ଚାହିଦା କମିଥିଲା। ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ଦାମ୍ ୧୪ ଲକ୍ଷ ଟଙ୍କା ଭଳି ସ୍ତରକୁ ହ୍ରାସ ପାଇଛି। କ୍ରିପ୍ଟୋର ବିକଳ୍ପ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଇ-ରୁପି ଉନ୍ମୋଚନ କରାଯାଇଛି। ତାହା ହେଉଛି ରିଜର୍ଭ ବ୍ୟାଙ୍କର ନିଜସ୍ବ ଡିଜିଟାଲ୍‌ ମୁଦ୍ରା।

ସମ୍ବନ୍ଧିତ ଖବର