ଗିତମ୍‌ରେ ସିଏସ୍‌ଆଇ ରାଜ୍ୟ ବିଦ୍ୟାର୍ଥୀ ସମ୍ମିଳନୀ

ବିଶାଖାପାଟଣା: ଗିତମ ବିଶ୍ୱବିଦ୍ୟାଳୟର ଗିତମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ମିଳିତ ସହଯୋଗରେ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଦିନିଆ ସିଏସ୍‌ଆଇ ଏପିଏସ୍‌ସି ସମ୍ମିଳନୀ ଆୟୋଜନ କରାଯାଇଛି। ଗିତମ ଛାତ୍ରଛାତ୍ରୀ ଶାଖା ମଧ୍ୟ ଏଥିରେ ସାମିଲ ଥିଲା। ସିଟିଆର୍‌ଏଲ୍‌ଏସ୍‌ ହାଇଦ୍ରାବାଦର ନିର୍ଦେଶକ ଆର୍‌ ଏସ୍‌ ପ୍ରସାଦ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗିତମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଡିନ୍‌ ପ୍ରଫେସର କେ ଲକ୍ଷ୍ମୀ ପ୍ରସାଦ, ସିଏସ୍‌ଆଇ ଭାଇଜାଗ ଚାପ୍ଟରର ସମ୍ପାଦକ ଆନିନ୍ଦ୍ୟ ପଲ୍‌, କୋଷାଧ୍ୟକ୍ଷ ପି ବାଲାରାମୁ, ସିଏସ୍‌ଆଇର ରାଜ୍ୟ ସଂଯୋଜକ ଡକ୍ଟର ପି ଇ ଏସ୍‌ ଏନ୍‌ କୃଷ୍ଣପ୍ରସାଦ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର