ଭୁବନେଶ୍ବର: ସ୍ବୟଂଚାଳିତ ଇଲେକ୍ଟ୍ରିକ୍ କାର୍ ନିର୍ମାଣ ଦୌଡ଼ରେ ରାଜ୍ୟର ଆଇଟି କଂପାନି ସିଏସ୍ଏମ୍ ଟେକ୍ନୋଲୋଜି ସାମିଲ ହୋଇଛି। ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଭି କାର୍ ତିଆରି କରିବା ଲାଗି କଂପାନି ଆଇଆଇଟି ମାଡ୍ରାସ୍ର ରପ୍ତାର ଟିମ୍ ସହ ହାତ ମିଳାଇଛି। ଅଟୋମୋଟିଭ୍ ଇଞ୍ଜିନିୟରିଂ ଓ ମୋଟରସ୍ପୋର୍ଟସ୍ରେ ରୁଚି ରଖୁଥିବା ଆଇଆଇଟି ମାଡ୍ରାସ୍ର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି। ସିଏସ୍ଏମ୍ର ସିଇଓ ପ୍ରିୟଦର୍ଶୀ ନାନୁ ପାଣି ଓ ଆଇଆଇଟି ମାଡ୍ରାସର ଡିନ୍ (ଇଣ୍ଡଷ୍ଟ୍ରି କଣ୍ଟ୍ରିବ୍ୟୁସନ ଆଣ୍ଡ୍ ସ୍ପନ୍ସର୍ଡ ରିସର୍ଚ୍ଚ) ପ୍ରଫେସର ମନୁ ସାନ୍ଥନମଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ଅବସରରେ ରପ୍ତାର ଟିମ୍ର ସଦସ୍ୟମାନେ ମଧ୍ୟ ଉପସ୍ଥି ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp