ଭୁବନେଶ୍ବର : ସିଏସ୍ଏମ୍ ଟେକ୍ନୋଲୋଜି ଦ୍ବାରା ରାଜଧାନୀର ସବୁଠାରୁ ବଡ଼ ସ୍କୁଲ କ୍ବିଜ୍ ସିନାପ୍ସ ୨.୦ ଉଦଯାପିତ ହୋଇଯାଇଛି । ଏଥିରେ ଓଲିଉଡ୍ ସିନେଷ୍ଟାର୍ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ । ସିଏସ୍ଏମ୍ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍ ମାଷ୍ଟର ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ । ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ । କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍ ପ୍ରଥମ ରନର୍ସ ଅପ୍ ହୋଇଥିଲା ।
ସିନାପ୍ସ ୨.୦ : ସାଇ ଇଣ୍ଟରନ୍ୟାସନାଲ ବିଜେତା, ମଦର୍ସ ପବ୍ଲିକ୍ ସ୍କୁଲ ରନର୍ସ ଅପ୍
/sambad/media/post_attachments/wp-content/uploads/2023/08/WhatsApp-Image-2023-08-13-at-17.16.57.jpeg)