ଓଡ଼ିଶାର ପ୍ରଥମ କମ୍ପାନୀ ଭାବେ କ୍ଲାଇମେଟ୍ ପ୍ଲେଜ୍ ସ୍ୱାକ୍ଷର କଲା ସିଏସଏମ

ଭୁବନେଶ୍ୱର : ସିଏସଏମ ଟେକ୍ ଆସନ୍ତା  ୨୦୪୦ ମଧ୍ୟରେ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ କ୍ଲାଇମେଟ୍ ପ୍ଲେଜ୍ ହସ୍ତାକ୍ଷର କରିବା ପାଇଁ ୩୭୬ ହସ୍ତାକ୍ଷରକାରୀଙ୍କୁ ସାମିଲ କରିଛି। ସିଏସଏମ ୭ମ ଭାରତୀୟ ତଥା ଓଡି଼ଶାର ପ୍ରଥମ କମ୍ପାନୀ ଭାବରେ ଏହି କାର୍ଯ୍ୟ କରିଛି।

ସିଏସଏମ ୩୭୬ ସଂଗଠନ ସମୂହରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛି। ଯେଉଁଥିରେ ଆମାଜନ, ମାଇକ୍ରୋସଫ୍ଟ, ଉବେର, ସାଇମେନସ୍, କୋକାକୋଲା, ଆଇବିଏମ, ଫିଲିପ୍ସ ଓ ଭିସା ଭଳି ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏହି ସବୁ କମ୍ପାନୀ ବିଶ୍ୱକୁ ସୁରକ୍ଷା ଦେବା ଏବଂ ଏକ ସବୁଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି। ସେପ୍ଟେମ୍ୱର ୧୯ ତାରିଖରେ ନ୍ୟୁୟର୍କରେ ହୋଇଥିବା ଜଳବାୟୁ ସପ୍ତାହ ଏନୱାଇସି ମଧ୍ୟରେ ଏହା ଘୋଷଣା କରିବା ବେଶ ମହତ୍ତ୍ୱ ବହନ କରୁଛି।

ଜଳବାୟୁ ସପ୍ତାହ ଏନୱାଇସି ୨୦୨୨ ଏହାର ୧୪ତମ ବର୍ଷକୁ ସର୍ବ ବୃହତ ବିଶ୍ୱ ଜଳବାୟୁ ଇଭେଣ୍ଟ ଭାବରେ ଚିହ୍ନଟ କରେ। ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର