ଆଇଏମସି ଆୱାର୍ଡ ଜିତିଲା ସିଏସ୍ଏମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ତଥା ୟୁଏସ୍ଏ, ଦୁବାଇ ଏବଂ ଆଫ୍ରିକାରେ ବ୍ୟବସାୟକରୁଥିବା ଆଇଟି କନ୍ସଲଟିଙ୍ଗ୍ ସଂସ୍ଥା, ସିଏସ୍ଏମ୍ ଟେକ୍ନୋଲୋଜିଜ୍ ସମ୍ମାନଜନକ ଆଇଏମସି ଡିଜିଟାଲ ଟେକ୍ନୋଲୋଜି ଆୱାର୍ଡ ୨୦୨୨  ଜିତିଛି ।

୧ଡି ବର୍ଗ ଅର୍ଥାତ୍ ଏକ ପ୍ରତିଷ୍ଠିତ ଆଇଟି ଓ ଟେକ୍ନୋଲୋଜି ସେବା କମ୍ପାନି ଦ୍ୱାରା ଅନ୍ୟ ଏକ ବ୍ୟବସାୟକୁ ସବୁ କ୍ଷେତ୍ରରେ ଡିଜିଟାଲ ମାଧ୍ୟମରେ ରୂପାନ୍ତରଣ କରିବାରେ ଡିଜିଟାଲ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ସଲୁ୍ୟସନ୍ (ଡିଏଲ୍ଏମ୍ଏସ୍) କାର୍ଯ୍ୟକାରୀ ପାଇଁ ସିଏସ୍ଏମ୍ ଟେକ୍ନୋଲୋଜିଜ୍ ଏହି ପୁରସ୍କାର ଜିତିଛି । ଓଡ଼ିଶାରେ ଜେଏସଡବ୍ଲୁ ଷ୍ଟିଲର ଜଜାଙ୍ଗ, ଗୋନୁଆ, ନାରାୟଣପଷି ଓ ନୂଆଗାଁ ଖଣିରେ ଡିଏଲ୍ଏମ୍ଏସ୍ କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଏହି ମଲ୍ଟି-ମୋଡାଲ ଡିଜିଟାଲ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ସଲ୍ୟୁସନ୍ସ ଡିଜାଇନ୍ ହୋଇଛି, ଯାହାକି ୧୩ଟି ରେଲଓ୍ବେ ସାଇଡିଙ୍ଗ୍, ୪ଟି ଖଣି ଏବଂ ୩ଟି ବନ୍ଦରକୁ ଯୋଡ଼ୁଛି । ଏହି ସଲୁ୍ୟସନ୍ ଯୋଗୁ ଉତ୍ତମ ଉତ୍ପାଦନ ପ୍ଲାନିଂ, ପିଟ୍-ଟୁ-ପୋର୍ଟ ଅପ୍ଟିମାଇଜେସନ୍ ଦ୍ୱାରା ଅଧିକ ଦକ୍ଷତା, ସମ୍ପ୍ରସାରିତ ସ୍ୱଚ୍ଛତା, ସର୍ବନିମ୍ନ ଟର୍ଣ୍ଣଏରାଉଣ୍ଡ ଟାଇମ୍ (ଟାଟ୍) ଏବଂ ସର୍ବନିମ୍ନ ମାନବ ସମ୍ବଳ ହସ୍ତକ୍ଷେପ ଦ୍ୱାରା ଖର୍ଚ୍ଚ ଯୁକ୍ତିସଙ୍ଗତ ଭଳି ଫାଇଦା ଆସିପାରିଛି ।

ସମ୍ବନ୍ଧିତ ଖବର