ଭୁବନେଶ୍ବର: ପ୍ରମୁଖ ମସଲା କମ୍ପାନି ରୁଚି ପକ୍ଷରୁ ଫେଷ୍ଟିଭାଲ ବୋନାଞ୍ଜା ଅଫର୍-୨୦୨୨ର ପୁରସ୍କାର ବିତରଣ ସମାରୋହ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ବମ୍ପର ପୁରସ୍କାର ଭାବେ ଲକି ଡ୍ର ମାଧ୍ୟମରେ ପାରାଦୀପର ରଂଜନ ପଟ୍ଟନାୟକ ୧୨ ଲକ୍ଷ ଟଙ୍କା ମୂଲ୍ୟର ଟାଟା ନେକ୍ସନ କାର ଜିତିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟ ପୁରସ୍କାର ଭାବେ କେନ୍ଦ୍ରାପଡ଼ାର ସ୍ବରାଜ ରାଉତରାୟ, କଟକର ଅକ୍ଷୟ ସ୍ବାଇଁ, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକଙ୍କୁ ହୋଣ୍ଡା ଆକ୍ଟିଭା ମିଳିଛି। ତୃତୀୟ ପୁରସ୍କାର ଭାବେ କଟକ ଅତୋଡ଼ାର ଜଗନ୍ନାଥ ପାଣିଗ୍ରାହୀ, ବାଦାମବାଡ଼ିର ସୂର୍ଯ୍ୟକାନ୍ତ ସାହୁ, ଭୁବନେଶ୍ବରର ଅଭିଜୟ ଦାଶ, ନେମାଳର ମୃତ୍ୟୁଞ୍ଜୟ ଦଳାଇ, ପୁରୀର ହିମାଂଶୁ ପ୍ରଧାନଙ୍କୁ ରେଫ୍ରିଜରେଟର, ଚତୁର୍ଥ ପୁରସ୍କାର ଭାବେ ପୁରୀର ସୁବାସ ସାହୁ, ଭଦ୍ରକର ଶୀତାଂଶୁ ଶେଖର ସାହୁ, ସୁମିନତ ନାୟକ, ଭୁବନେଶ୍ବରର ଲିନା କାଣ୍ଡି ଏବଂ ଲୋକନାଥ ମହାରଥାଙ୍କୁ ମାଇକ୍ରୋ ଓଭେନ ଏବଂ ପଞ୍ଚମ ପୁରସ୍କାର ଭାବେ ୧୦ ଜଣଙ୍କୁ ମିକ୍ସର ଗ୍ରାଇଣ୍ଡର ଓ ଅନ୍ୟ ୭ ଜଣଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।
ହୋଟେଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଅତିଥି ଭାବେ ଓଲିଉଡ ତାରକା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଶିବାନୀ ଯୋଗ ଦେଇଥିଲେ। କୋଟି କୋଟି ଗ୍ରାହକଙ୍କର ବିଶ୍ବସନୀୟତାକୁ ପାଥେୟ କରି ଦୀର୍ଘ ୪୬ ବର୍ଷର ଯାତ୍ରା ମଧ୍ୟରେ କମ୍ପାନି ଅଶେଷ ଲୋକପ୍ରିୟତା ହାସଲ କରିଛି ବୋଲି ବିଶିଷ୍ଟ ଉଦ୍ୟୋଗୀ ତଥା ରୁଚିର ଏମ୍ଡି ଡ. ଶରତ କୁମାର ସାହୁ କହିଥିଲେ। ଉକ୍ତ ଯୋଜନା ଅବଧିରେ କମ୍ପାନି ୪୦ ପ୍ରତିଶତ ଅଧିକ ସାମଗ୍ରୀ ବିକ୍ରି କରିପାରିଛି। ପ୍ରତିମାସର ପୁରସ୍କାର ସ୍ବରୂପ ପୂର୍ବରୁ ମଧ୍ୟ ୧୫୦ ଜଣ ଗ୍ରାହକଙ୍କୁ ସ୍ବର୍ଣ୍ଣ ଓ ୧୫୦ ଗ୍ରାହକଙ୍କୁ ରୌପ୍ୟ ମୁଦ୍ରା ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଅନୁରୂପ ଯୋଜନା ଜାରି ରଖିବ ବୋଲି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ। କମ୍ପାନି ଗ୍ରାହକଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ୯୦୦ଟି ଉତ୍ପାଦ ଯୋଗାଇ ଦେଉଛି। ରୁଚି ଏକ ନାଁ ନୁହେଁ ଏକ ବିଶ୍ବାସ ପାଲଟି ଯାଇଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମୀ ସାହୁ, ସଲିନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କମ୍ପାନିର ମାର୍କେଟିଂ ହେଡ୍ ଦେବବ୍ରତ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ରୁଚିର ଲୋକସଂପର୍କ ଅଧିକାରୀ ଶୁଭେନ୍ଦୁ କୁମାର ଭୂୟାଁ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କମ୍ପାନି ପକ୍ଷରୁ ୪ଟି ମସଲାକୁ ନେଇ ଏକ କମ୍ବୋ ପ୍ୟାକର ବଜାର ପ୍ରବେଶ ଘୋଷଣା କରାଯାଇଥିଲା।