ଘରକୁ ଆଣନ୍ତୁ କ୍ୟୁଟ ମିନି, ଆପଣଙ୍କ ଭଳି ଦେଖାଯିବ କଣ୍ଢେଇ

ଚେନ୍ନାଇ: ଚେନ୍ନାଇର ଅନୁଷ୍ଠାନ ‘ମାଇଁ କ୍ୟୁଟ ମିନି’ ଏବେ ସିନ୍ଥେଟିକ ସେରାମିକର ବ୍ୟବହାର କରି କଣ୍ଢେଇ ନିର୍ମାଣ କରୁଛି | ବଡ କଥା ହେଉଛି ଯେ ଯେଉଁ ଗ୍ରାହକ ଏହି କଣ୍ଢେଇର ଅର୍ଡର ଦେଇଥାନ୍ତି ସେମାନଙ୍କ ଚେହେରାର ଅବିକଳ ଡିଜାଇନର କଣ୍ଢେଇ ନିର୍ମାଣ କରୁଛି ଏହି କମ୍ପାନୀ |

ଫେସବୁକ ଦେଇଥିଲା ପରିଚୟ, ଏବେ ମିଳୁଛି ପର୍ଯ୍ୟାପ୍ତ ଅର୍ଡର

କମ୍ପାନୀର ପ୍ରତିଷ୍ଠାତା ଏସଏଚ ଚରଣ କହିଛନ୍ତି ଯେ ୨୦୧୪ ମସିହାରୁ ସେ ଏହି କଣ୍ଢେଇ ନିର୍ମାଣ ଆରମ୍ଭ କରିଥିଲେ | ନିଜର ସଉକ ପାଇଁ ସେ କଣ୍ଢେଇ ନିର୍ମାଣ ଆରମ୍ଭ କରିଥିଲେ | କିନ୍ତୁ ଫେସବୁକରେ ଯେତେବେଳେ ସେ ଏହି କଣ୍ଢେଇର ଫଟୋ ପୋଷ୍ଟ କରିଥିଲେ ଲୋକଙ୍କର ଏହାକୁ ନେଇ ଆଗ୍ରହ ବଢିଥିଲା | ଲୋକମାନେ ଏହାକୁ କିଣିବା ପାଇଁ ଅନୁରୋଧ କରିଥିଲେ | ପରେ ବହୁ ଅର୍ଡର ମିଳିଥିଲା | ସେଥିପାଇଁ ବହୁ ସଂଖ୍ୟାରେ କଣ୍ଢେଇ ନିର୍ମାଣ କରିବାକୁ ସେ ପ୍ରେରଣା ପାଇଥିଲେ ବୋଲି ଚରଣ କହିଛନ୍ତି |

ଆପଣ ବଜାରରେ ଅନେକ ପ୍ରକାରର କଣ୍ଢେଇ ଦେଖିଥିବେ | କିନ୍ତୁ ଆପଣଙ୍କ ଭଳି କଣ୍ଢେଇ କେବେ ଦେଖିନଥିବେ | ଏବେ ଏହି କମ୍ପାନୀ ଆପଣଙ୍କ ଭଳି କଣ୍ଢେଇ ନିର୍ମାଣ କରି ଆପଣଙ୍କୁ ଯୋଗାଇଦେବ | ଅର୍ଡର କରିବାର କିଛିଦିନ ମଧ୍ୟରେ ଆପଣଙ୍କ ଘରେ ଏହି କଣ୍ଢେଇ ପହଞ୍ଚିଯିବାକୁ ଥିବାବେଳେ ଆପଣଙ୍କ ବନ୍ଧୁ ସମ୍ପର୍କୀୟଙ୍କୁ ଢେର ଆଶ୍ଚର୍ଯ୍ୟ କରିବ |

ସମ୍ବନ୍ଧିତ ଖବର