ସିଭି ରମଣରେ ଡ୍ରୋନ୍‌ ପ୍ରଯୁକ୍ତି ପ୍ରଶିକ୍ଷଣ

ଭୁବନେଶ୍ୱର: ସି.ଭି.ରମଣ ଇଂଜିନିୟରିଂ କଲେଜରେ ଭାରତ ସରକାରଙ୍କ କନଷ୍ଟ୍ରକସନ୍‌ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କାଉନସିଲ୍‌ (ସିଆଇଡିସି)ର ସହଯୋଗରେ ଡ୍ରୋନ ଟେକ୍ନୋଲୋଜିର ପାଠ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସିଆଇଡିସି ସି.ଭି.ରମଣ କଲେଜର ୨ଜଣ ଶିକ୍ଷକଙ୍କୁ ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ଠାରେ ଡ୍ରୋନ ଟେକ୍ନୋଲୋଜିର ମାଷ୍ଟର ପାଇଲଟ୍‌ ଟ୍ରେନିଂ ପୋଗ୍ରାମ ପ୍ରଦାନ କରିବ ଏବଂ ଚଳିତ ସେମିଷ୍ଟରରୁ ଡ୍ରୋନ ଟ୍ରେନିଂକୁ ଛାତ୍ରଛାତ୍ରୀମାନଙ୍କୁ କ୍ରେଡିଟ୍‌ ବେସ୍‌ ପୋଗ୍ରାମ ହିସାବରେ ପାଠ୍ୟକ୍ରମରେ ପ୍ରଦାନ କରାଯିବ। ଏହି ଅବସରରେ ସିଆଇଡିସିର ଡାଇରେକ୍ଟର ଜେନେରାଲ ଡଃ. ପି.ଆର. ସ୍ୱରୂପ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତରେ ଡ୍ରୋନ୍‌ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଉଦ୍‌ବୋଧନ ଦେଇଥିଲେ। କଲେଜର ଚେୟାରମ୍ୟାନ ସଂଜୀବ କୁମାର ରାଉତ ଡ୍ରୋନ୍‌ ଟେକ୍ନୋଲୋଜି ଦ୍ୱାରା ଭବିଷ୍ୟତରେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଅନେକ ନିଯୁକ୍ତି ଦେବ ବୋଲି କହିଥିଲେ। କଲେଜର ପ୍ରିନ୍ସପାଲ ଭାବେଶ୍‌ ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର