ଭୁବନେଶ୍ବର: କରୋନା ଭୂତାଣୁ ସମଗ୍ର ବିଶ୍ବର ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହି ଭୁତାଣୁର ମୁକାବିଲା ଲାଗି ଦେଶର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପୁଲିସ ବାହିନୀ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ଅନେକ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି। କୋଭିଡ୍-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା

Advertisment

ଏହି ଯୋଦ୍ଧାମାନଙ୍କ ପିଲାମାନଙ୍କ ପାଇଁ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୫ କୋଟି ଟଙ୍କାର ଶିକ୍ଷା ବୃତ୍ତି ଘୋଷଣା କରାଯାଇଛି। ବିଶ୍ବବିଦ୍ୟାଳୟ‌ର ବିଭିନ୍ନ ବିଭାଗ ଏବଂ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ରହିବ। ଏହି ବ୍ୟବସ୍ଥାକୁ ଏକ ସ୍ବତନ୍ତ୍ର ପରିଚାଳନା କମିଟି ତଦାରଖ କରି ଜେଇଇ ରୢାଙ୍କ୍‌ ଓ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନାମଲେଖା ସୁବିଧା ଦିଆଯିବ। ଏହି ଜରୁରୀକାଳୀନ ପରିସ୍ଥିତିରେ ଏଭଳି ଏକ ମହତ କାର୍ଯ୍ୟକୁ ବାସ୍ତବ ରୂପ ଦେବା ଲାଗି ଆଗେଇ ଆସିଥିବାରୁ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।