ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବିଶ୍ବାସ ଓ ସ୍ଥିରତାର ମୂଳଦୁଆ ହେଉଛି ସାଇବର ନିରାପତ୍ତା। ଆଜିର ଯୁଗରେ ପ୍ରଯୁକ୍ତି ମାଧ୍ୟମରେ ଆର୍ଥିକ ପ୍ରଗତି ହେଉଛି। ତେଣୁ ଏବେ ସମ୍ବେଦନଶୀଳ ତଥ୍ୟ ଓ ଡିଜିଟାଲ୍ ସମ୍ପତ୍ତିର ସୁରକ୍ଷା ଆଉ ବିକଳ୍ପ ହୋଇରହିନାହିଁ, ଏହା ଜରୁରୀକାଳୀନ ଆବଶ୍ୟକତାରେ ପରିଣତ ହୋଇଛି।
ବ୍ୟାଙ୍କ ଶିଳ୍ପ ଅନ୍ତଃସଂଯୋଗ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଡିଜିଟାଲ୍ ମାଧ୍ୟମରେ ମନ୍ଦଉଦ୍ଦେଶ୍ୟ ରଖିଥିବା ଲୋକମାନେ ସେହି ବ୍ୟବସ୍ଥାରେ ଥିବା ଛିଦ୍ରର ଫାଇଦା ଉଠାଇବା ଲାଗି ପ୍ରୟାସ କରୁଛନ୍ତି। ଏକ ଦୃଢ଼ ସାଇବର ନିରାପତ୍ତା ଫ୍ରେମ୍ୱର୍କ ଆର୍ଥିକ ଅନୁଷ୍ଠାନର ସ୍ଥିରତାକୁ ସୁନିଶ୍ଚିତ କରିବା ସହ ସାଇବର ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବ। ଗ୍ରାହକମାନଙ୍କ ତଥ୍ୟର ସୁରକ୍ଷା ଲାଗି ଆମେ ଦୃଢ଼ ବ୍ୟବସ୍ଥା ଲାଗୁ କରିଛୁ। କାହାକୁ ବ୍ୟକ୍ତିଗତ ତଥ୍ୟ ଓ ଓଟିପି ଆଦି ନଦେବା ଲାଗି ଗ୍ରାହକମାନଙ୍କୁ ସଚେତନ ଓ ଅବଗତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସୁରକ୍ଷା ଓ ସୁବିଧାକୁ କେନ୍ଦ୍ର ସ୍ଥଳରେ ରଖି ପ୍ରତି ଭାରତୀୟଙ୍କୁ ଆମେ ସମ୍ପୂର୍ଣ୍ଣ ଡିଜିଟାଲ୍ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରୁଛୁ। ଆମେ ଶ୍ରେଷ୍ଠ ମାନର ସୁରକ୍ଷିତ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଉତ୍ପାଦ ବିକାଶ କରିଛୁ ଯାହା ଗ୍ରାହକମାନେ ସ୍ମାର୍ଟଫୋନ୍ରେ ହାତପାଆନ୍ତରେ ପାଇପାରୁଛନ୍ତି।
- ଗଣେଶ ଅନନ୍ତନାରାୟଣ
ସିଓଓ, ଏୟାରଟେଲ୍ ପେମେଣ୍ଟ୍ସ ବ୍ୟାଙ୍କ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/sam-1.jpg)